PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପଦର୍ଥ ବିଜ୍ଞାନ ପାଇଁ  ଘୋଷଣା ହେଲା ନୋବେଲ ପୁରସ୍କାର, ତିନି ବୈଜ୍ଞାନିକ ପାଇବେ ବିଶ୍ୱର ସର୍ବୋଚ୍ଚ ସମ୍ମାନ

pic- internet

ନୂଆଦିଲ୍ଲୀ, ୦୪/୧୦: ପଦର୍ଥ ବିଜ୍ଞାନ ପାଇଁ  ଘୋଷଣା ହେଲା ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ୍‌ ପୁରସ୍କାର । ଚଳିତ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ବିଶ୍ୱର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ। କ୍ୱାଟମ୍‌ ଫିଜିକ୍ସରେ ଏହି ବୈଜ୍ଞାନିକଙ୍କ ବିଶେଷ ଯୋଗଦାନ ରହିଛି। ନବେଲ ପୁରସ୍କାର ପାଉଥିବା ୩ ଜଣ ବୈଜ୍ଞାନକ ହେଲେ  ଆଲାଏନ ଆସ୍ପେକ୍ଟ, ଜନ ଏଫ୍‌ କ୍ଲାଉଜର ଏବଂ ବୈଜ୍ଞାନିକ ଆଣ୍ଟୋନ୍‌ ଜେଇଲିଙ୍ଗର।

ସୂଚନା ଥାଉକି, କ୍ୱାଣ୍ଟମ୍ ସୂଚନା ବିଜ୍ଞାନରେ ରିସର୍ଚ୍ଚ ପାଇଁ ଏହି ତିନି ଜଣଙ୍କୁ ନବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି।  ଆଲାଏନ୍‌ ଆସ୍ପେକ୍ଟ ପ୍ୟାରିସ୍‌ ୟୁନିଭରସିଟିର ହୋଇଥିବା ବେଳେ ଜନ୍‌ ଏଫ୍‌ ଆମେରିକାର ଏବଂ ଆଣ୍ଟୋନ୍‌ ଅଷ୍ଟ୍ରୋଲିଆ ବିୟାନ୍‌ର ବାସିନ୍ଦା ।  

ଏମାନଙ୍କ ଭିତରୁ ବୈଜ୍ଞାନିକ ଜନ କ୍ଲଜର ଗୋଟିଏ ଆପ୍ରାଟସ୍‌ ତିଆରି କରିଛନ୍ତି। ଏହା ଦୁଇ ଇଣ୍ଟାଗଲେଡକୁ ଗୋଟିଏ ସମୟରେ ଅଲଗା କରିବାକୁ ସକ୍ଷମ। ଏହାପରେ ଆପ୍ରାଟସ ସେମାନଙ୍କ ପୋଲାରାଇଜେସନ ଟେଷ୍ଟ ପାଇଁ ଗୋଟିଏ ଫିଲଟର ଆଡ଼କୁ ଛାଡ଼ିଥାଏ। ଏହାର ରେଜଲ୍ଟ ସ୍ପଷ୍ଟ ଭାବେ ଗୋଟିଏ ବେଲ ଇନଇକ୍ୱାଲିଟିର ଉଲ୍ଲଙ୍ଘନ ଥିଲା ଓ କ୍ୱାଣ୍ଟମ ମେକାନିଜର ପୂର୍ବାନୁମାନ କରିଥିବା ଅଣୁ ଉପାଦନ ସହ ଏକମତ ହୋଇଥାଏ।

ବୈଜ୍ଞାନିକ ଜେଲିଙ୍ଗର ଇଣ୍ଟାଗଲେଡ କ୍ୱାଣ୍ଟମ ଷ୍ଟେଟ୍ସ ଉପରେ ଗବେଷଣା କରି ନୋବେଲ ପାଇବାକୁ ମନୋନୀତ ହୋଛନ୍ତି। ତାଙ୍କ ଗ୍ରୁପ୍‌ କ୍ୱାଣ୍ଟମ ଟେଲିପୋରସନ ତିଆରି କରିଛନ୍ତି। ଏହି ଟେଲିପୋରସନ ଗୋଟିଏ କ୍ୱାଣ୍ଟମ ଷ୍ଟେଟକୁ ଏକ ପାର୍ଟିକିଲରୁ ଆଉ ଗୋଟିଏ ଦୂରତାକୁ ଯିବାରେ ସହାୟତା କରିଥାଏ।

ସୂଚନା ଥାଉକି ଗତକାଲି ଭେଷଜ ବିଜ୍ଞାନ ବା ମେଡିସିନରେ ନୋବେଲ ପୁରସ୍କାର ପାଇବାକୁ ଥିବା ବୈଜ୍ଞାନିକଙ୍କ ନାଁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର