ନୂଆଦିଲ୍ଲୀ, ୧୪/୦୩ : ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଆଉ ଏକ ଯୁଦ୍ଧର ପଦଧ୍ଵନି। ଆମେରିକା,ଇସ୍ରାଏଲ୍-ଇରାନ ଯୁଦ୍ଧ ମଧ୍ୟରେ ଉତ୍ତର କୋରିଆର ମିସାଇଲ୍ ବର୍ଷା। ୧୦ଟି ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରି ଶକ୍ତି ପ୍ରଦର୍ଶନ କଲେ କିମ୍ ଜୋଙ୍ଗ ଉନ୍। ଦକ୍ଷିଣ କୋରିଆ ଏବଂ ଜାପାନ ଛାତି ଧଡ଼ଧଡ଼। କାହିଁକି କ୍ଷେପଣାସ୍ତ୍ର ବର୍ଷା କଲା ଉତ୍ତର କୋରିଆ ? କ'ଣ ସଙ୍କେତ ଦେଲେ କିମ୍ ?
୧୫ ଦିନ ହେଲା ଆମେରିକା,ଇସ୍ରାଏଲ୍-ଇରାନ ଯୁଦ୍ଧରେ ମଧ୍ୟପ୍ରାଚ୍ୟ ଜଳୁଛି। ଏହି ମଧ୍ୟରେ ଉତ୍ତର କୋରିଆ ଶନିବାର ପୂର୍ବତଟରେ ୧୦ଟି ବାଲାଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ଏହା ପୂର୍ବରୁ ଜାନୁଆରୀ ୨୭ରେ କିମ୍ ଜୋଙ୍ଗ ମିସାଇଲ୍ ପରୀକ୍ଷଣ କରିଥିଲେ। ଏହା ନର୍ଥ କୋରିଆର ତୃତୀୟ ପରୀକ୍ଷଣ ବୋଲି କୁହାଯାଉଛି। ଦକ୍ଷିଣ କୋରିଆର ଜଏଣ୍ଟ୍ ଚିପସ୍ ଅଫ୍ ଷ୍ଟାଫ୍ ଏନେଇ ସ୍ପଷ୍ଟ କରିଛି। ଜାପାନ ସରକାର ମଧ୍ୟ ଘଟଣା ଉପରେ ନଜର ରଖିଛନ୍ତି। ଟୋକିଓର କୋଷ୍ଟ୍ ଗାର୍ଡ ମଧ୍ୟ ଏନେଇ ସ୍ପଷ୍ଟ କରିଛି ।
[Emergency alert]
— PM's Office of Japan (@JPN_PMO) March 14, 2026
North Korea has launched a suspected ballistic missile. More updates to follow.
ଦକ୍ଷିଣ କୋରିଆ ଏବଂ ଆମେରିକା ଏବେ ବାର୍ଷିକ ବସନ୍ତ ସାମରିକ ଅଭ୍ୟାସ ଫ୍ରିଡମ ସିଲ୍ଡରେ ବ୍ୟସ୍ତ ଅଛନ୍ତି। ଉତ୍ତର କୋରିଆ ସବୁବେଳେ ଏହି ସାମରିକ ଅଭ୍ୟାସକୁ ବିରୋଧ କରି ଆସୁଛି। ଏହି ମଧ୍ୟରେ କିମ୍ ଙ୍କ ସେନା କ୍ଷେପଣାସ୍ତ୍ର ପରୀକ୍ଷଣ କରି ଆମେରିକା ଏବଂ ଦକ୍ଷିଣ କୋରିଆ ଆଗରେ ଶକ୍ତି ପ୍ରଦର୍ଶନ କରିଥିବା ବିଶେଷଜ୍ଞ କହୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- ସାଉଦି ଆରବରେ ଇରାନର ବୋମା ବର୍ଷା, ପ୍ରିନ୍ସ ସୁଲତାନ ଏୟାରବେସ୍କୁ ଟାର୍ଗେଟ୍, ୫ ଆମେରିକୀୟ ବିମାନ କ୍ଷତିଗ୍ରସ୍ତ