PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଉତ୍ତର କୋରିଆ ଟାର୍ଗେଟରେ ଆମେରିକା, ମିସାଇଲ୍ ପରୀକ୍ଷଣ ବେଳେ ପ୍ରଥମ ଥର ଝିଅ ସହ ନଜର ଆସିଲେ କିମ୍

ପ୍ରଥମ ଥର ଝିଅଙ୍କ ସହ ନଜର ଆସିଲେ କିମ୍ । ସାମରିକ ଉପକରଣ ଦେଖିବା ବେଳେ ଧଳା ରଙ୍ଗର ପଫର୍‌ ଜ୍ୟାକେଟ୍‌ ପିନ୍ଧି କିମ୍‌ଙ୍କ ପାଖରେ ଠିଆ ହୋଇଛନ୍ତି ଝିଅ ଓ କିମ୍‌ ତାଙ୍କ ହାତ ଧରିଥିବା ରାଷ୍ଟ୍ରାୟତ ଗଣମାଧ୍ୟମ ସେୟାର୍‌ କରିଥିବା ଫଟୋରେ ଦେଖାଯାଉଛି । ଗତ ଶୁକ୍ରବାର ଜାପାନ ଜଳରାଶି ନିକଟରେ ପଡ଼ିଥିବା ଉତ୍ତର କୋରିଆର କ୍ଷେପଣାସ୍ତ୍ରଟି ହେଉଛି ‘ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର’। ଏହି କ୍ଷେପଣାସ୍ତ୍ର ସାହାଯ୍ୟରେ ସମଗ୍ର ଆମେରିକାର ଯେକୌଣସି ସ୍ଥାନରେ ଆଣବିକ ଅସ୍ତ୍ର ନି‌କ୍ଷେପ କରାଯାଇପାରିବ ବୋଲି କେତେକ ବିଶେଷଜ୍ଞ କହିଥିବା କଥା ‘ଆସୋସିଏଟ୍‌ ପ୍ରେସ୍‌ ରିପୋର୍ଟ’ରୁ ପ୍ରକାଶ। କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ଆଜି କିମ୍‌ କହିଛନ୍ତି ‌ଯେ, ‘ଯେକୌଣସି ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବା ପାଇଁ ତାଙ୍କ ଦେଶ ଶପଥ ନେଇଛି। ଉତ୍ତର କୋରିଆର ନେତା କିମ୍‌ ଜୋନ୍‌ ୟୋଙ୍ଗ୍‌ ମଧ୍ୟ ଉକ୍ତ କ୍ଷେପଣାସ୍ତ୍ର ପରୀକ୍ଷା ଦେଖିବାକୁ ହାଜର ହୋଇଥିଲେ ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି ।

‘କେସିଏନ୍‌ଏ’ର ରିପୋର୍ଟ ଅନୁସାରେ, ବ୍ୟକ୍ତିଗତ ଜୀବନକୁ ଗୁପ୍ତ ରଖୁଥିବା କିମ୍‌ ପ୍ରଥମ ଥର ପାଇଁ ଶୁକ୍ରବାର ତାଙ୍କ ଝିଅର ହାତ ଧରି ସର୍ବସାଧାରଣରେ ନଜର ଆସିଥିଲେ । କିନ୍ତୁ, କ୍ଷେପଣାସ୍ତ୍ର ପରୀକ୍ଷଣ ଦେଖିବାକୁ ଆସିଥିବା ତାଙ୍କ ଝିଅର ନାଁ ରାଷ୍ଟ୍ରାୟତ ଗଣମାଧ୍ୟମରେ ଉଲ୍ଲେଖ କରିନାହିଁ। କହିରଖୁ କି, କିମ୍‌ ଜୋଙ୍ଗ୍‌ ଉନ୍‌ ଅତ୍ୟନ୍ତ ରହସ୍ୟମୟ ବ୍ୟକ୍ତି । ୨୦୧୩ରେ ପୂର୍ବତନ ବାସ୍କେଟ୍‌ବଲ୍‌ ଖେଳାଳି ଡେନିସ୍ ରଡ୍‌ମ୍ୟାନ୍‌ ବ୍ରିଟିସ୍‌ ଦୈନିକ ‘ଦି ଗାର୍ଡିଆନ୍‌’କୁ କହିଥିଲେ ଯେ କିମ୍ ଜଣେ ଆଦର୍ଶ ପିତା ହୋଇଥିବା ବେଳେ ‘ଜୁ ଆଏ’ ବୋଲି କିମ୍‌ଙ୍କର ପିଲାଟିଏ ଅଛି ।

ସୂଚନାଯୋଗ୍ୟ, ୨୦୧୨ ଜୁଲାଇ ପର୍ଯ୍ୟନ୍ତ ରାଷ୍ଟ୍ରାୟତ ଗଣମାଧ୍ୟମ କିମ୍‌ ଓ ରି’ଙ୍କ ବିବାହ ବିଷୟରେ ଘୋଷଣା କରି ନ ଥିଲା । ଦକ୍ଷିଣ କୋରିଆ ଗୁଇନ୍ଦା ସଂସ୍ଥାନ ଏନେଇ ଘୋଷଣା କରିବାର ପ୍ରାୟ ୩ ବର୍ଷ ପୂର୍ବରୁ ଉଭୟ ବିବାହ କରିସାରିଥିଲେ।  କିମ୍‌ ଓ ରି’ଙ୍କର ୩ଟି ସନ୍ତାନ ଥିବା ଦକ୍ଷିଣ କୋରିଆର ‘ନ୍ୟାସ୍‌ନାଲ୍‌ ଇଣ୍ଟେଲିଜେନ୍‌ସ୍‌ ସର୍ଭିସ’ କହିଛି ।

ସମ୍ବନ୍ଧିତ ଖବର