ନୂଆଦିଲ୍ଲୀ : ଆମେରିକା ସହ ଯୁଦ୍ଧ ମଧ୍ୟରେ ଇରାନର ସେନା ପ୍ରମୁଖ ମେଜର ଜେନେରାଲ ଅମିର ହାତାମୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଶତ୍ରୁ ସ୍ଥଳ ଆକ୍ରମଣ ପରେ ତ ଜଣେ ବି ବଞ୍ଚିକି ଯାଇ ପାରିବେ ନାହିଁ। ଆମେ ଆମ ଶତ୍ରୁଙ୍କର ପିଛା ସେପର୍ଯ୍ୟନ୍ତ ଛାଡ଼ିବୁ ନାହିଁ ,ଯେପର୍ଯ୍ୟନ୍ତ ଆମେ ଆମର ଲକ୍ଷ୍ୟକୁ ହାସଲ କରିପାରି ନାହୁଁ। ହାତାମୀଙ୍କର ଏହି ବିବୃତ୍ତି ସେତେବେଳେ ସାମ୍ନାକୁ ଆସିଛି, ଯେବେ ଗତ ଅନେକ ଦିନରୁ ଆମେରିକା ଦ୍ୱାରା ଇରାନରେ ସ୍ଥଳ ଆକ୍ରମଣର ଆଶଙ୍କା କରାଯାଉଛି। ଆମେରିକୀୟ ସେନା ମଧ୍ୟ ପ୍ରାଚ୍ୟରେ ମଧ୍ୟ ପହଞ୍ଚି ସାରିଛି। ଇରାନ ଆମେରିକା ଓ ଇସ୍ରାଏଲକୁ ଶତ୍ରୁ ଦେଶ ଭାବି ଆସିଛି। ଏହି ମଧ୍ୟରେ, ଇରାନ ଦାବି କରିଛି ଯେ, ସେ ଶିରାଜ ସହର ଉପରେ ଉଡୁଥିବା ଇସ୍ରାଏଲୀୟ ହର୍ମେସ ୯୦୦ ଡ୍ରୋନ୍‌କୁ ଆକ୍ରମଣ କରି ଖସାଇ ଦେଇଛି।

ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ଅନୁସାରେ, ହାତାମୀ କହିଛନ୍ତି , ଯଦି ଆବଶ୍ୟକ ପଡ଼େ ତ ତେହେରାନ ନିଜର ସାମରିକ ପ୍ରତିକ୍ରିୟାକୁ ଆହୁରି ଜୋରଦାର କରିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ମଧ୍ୟ। ସେ କହିଛନ୍ତି ,ଯଦି ଶତ୍ରୁ କୌଣସି ସ୍ଥଳ ଆକ୍ରମଣ କରେ ତ , ସେମାନଙ୍କ ମଧ୍ୟରୁ କେହି ଜଣେ ବି ବଞ୍ଚିକି ଯାଇ ପାରିବେ ନାହିଁ। ସେ ଆହୁରି କହିଛନ୍ତି , ଇସଲାମୀ ଇରାନର ରଣନୀତି ପୂରା ସ୍ପଷ୍ଟ। ଆମ ଦେଶରୁ ଯୁଦ୍ଧର ଛାୟା ହଟିବା ଉଚିତ୍ ଏବଂ ସୁରକ୍ଷା ସମସ୍ତଙ୍କ ପାଇଁ ସୁନିଶ୍ଚିତ ହେବା ଉଚିତ୍। ଏମିତି କେବେ ହୋଇ ପାରିବ ନାହିଁ ଯେ, କିଛି ସ୍ଥାନ ତ ସୁରକ୍ଷିତ ଅଛି , କିନ୍ତୁ ଆମର ଲୋକ ସୁରକ୍ଷିତ ନାହାନ୍ତି।

ଇରାନୀ ସେନା ପ୍ରମୁଖ ଏହା ମଧ୍ୟ କହିଛନ୍ତି ଯେ, ସେନା ଶତ୍ରୁର କୌଣସି ବି ଆକ୍ରମଣର ମୁକାବିଲା କରିବା ପାଇଁ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ, ଉଭୟ କ୍ଷେତ୍ରରେ ସଂପୂର୍ଣ୍ଣ ପ୍ରସ୍ତୁତ। ଏହା ଜରୁରୀ ଯେ, ଶତ୍ରୁର ପ୍ରତି କାର୍ଯ୍ୟ ଓ କାର୍ଯ୍ୟକଳାପ ଉପରେ ପ୍ରତିକ୍ଷଣ , ପୂରା ସାବଧାନତା ସହ ଓ ତନ୍ନ ତନ୍ନ ଭାବେ ନଜର ରଖିବା ଉଚିତ ଏବଂ ଶତ୍ରୁର ଆକ୍ରମଣର ଉପାୟର ଜବାବ ଦେବା ପାଇଁ ସଠିକ୍ ସମୟରେ ଯୋଜନା ଗୁଡ଼ିକୁ ସଫଳ କରାଯାଉ।

ଉଲ୍ଲେଖନୀୟ ଯେ, ଆମେରିକା ଓ ଇସ୍ରାଏଲ ୨୮ ଫେବ୍ରୁଆରୀରେ ଇରାନର ରାଜଧାନୀ ତେହେରାନ ସହ ଦେଶର ବିଭିନ୍ନ ଠିକଣା ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ବ୍ୟାପକ ଧରଣର କ୍ଷୟକ୍ଷତି ହୋଇଛି ଏବଂ ତାଙ୍କର ନାଗରିକ ମୃତାହତ ହୋଇଥିଲେ। ଏହାର ଜବାବରେ ଇରାନ ଇସ୍ରାଏଲୀୟ କ୍ଷେତ୍ର ଓ ପଶ୍ଚିମ ଏସିଆରେ ଥିବା ଆମେରିକୀୟ ସାମରିକ ଠିକଣା ଉପରେ ଆକ୍ରମଣ କରିଥିଲା। ଇରାନର ଆଖପାଖରେ ବଢୁଥିବା ଉତ୍ତେଜନା କାରଣରୁ ପାରସ୍ୟର ଉପସାଗରୀୟ ଦେଶ ଗୁଡ଼ିକରୁ ବିଶ୍ୱସ୍ତରୀୟ ବଜାରରେ ତୈଳ ଓ ତରଳ ପ୍ରାକୃତିକ ଗ୍ୟାସର ଯୋଗାଣର ପ୍ରମୁଖ ମାର୍ଗ , ହୋର୍ମୁଜ ପ୍ରଣାଳୀର ବାସ୍ତବିକ ନାକାବନ୍ଦୀ ହୋଇ ଯାଇଛି ଏବଂ ଏହି କ୍ଷେତ୍ରରେ ତୈଳ ଏକ୍ସପୋର୍ଟ ଏବଂ ପ୍ରଡକ୍ସନର ସ୍ତରକୁ ମଧ୍ୟ ପ୍ରଭାବିତ କରିଛି।

ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ଆମେରିକା ଖୁବ୍ ଶୀଘ୍ର ଇରାନରେ ତାର ସାମରିକ ଅଭିଯାନକୁ ବନ୍ଦ କରିପାରେ। ଏଥିପାଇଁ ଦୁଇରୁ ତିନି ସପ୍ତାହ ଲାଗିପାରେ। ସେ ଏହା ମଧ୍ୟ କହିଛନ୍ତି , ଯେଉଁକ୍ଷଣି ଆମେରିକା ଇରାନରୁ ବାହାରି ଆସିବ ,ବିଶ୍ୱ ସ୍ତରୀୟ ଇନ୍ଧନ ମୂଲ୍ୟରେ ହ୍ରାସ ଘଟିପାରେ।