- ଝିଅ ବାହାଘର ସିକ୍ରେଟ୍ରେ କଲେ ଆସିମ ମୁନିର
- ୩ୟ ଝିଅର ବିବାହ କଲେ ପାକିସ୍ତାନ ଫିଲ୍ଡ ମାର୍ଶଲ
- ନିଜ ଭାଇଙ୍କ ପୁଅ ସହ କରାଇଲେ ଝିଅ ବାହାଘର
- ବିବାହ ରାୱଲପିଣ୍ଡି ସ୍ଥିତ ପାକିସ୍ତାନୀ ସେନା ମୁଖ୍ୟାଳୟରେ ଅନୁଷ୍ଠିତ
ନୂଆଦିଲ୍ଲୀ : ପାକିସ୍ତାନର ଫିଲ୍ଡ ମାର୍ଶଲ ଆସିମ ମୁନିରଙ୍କ ୩ୟ ଝିଅ ମହନୁରଙ୍କର ବିବାହ ହୋଇଛି। ଉକ୍ତ ବାହାଘରକୁ ନେଇ ପାକିସ୍ତାନ ବ୍ୟତୀତ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ବିଶେଷ ଚର୍ଚ୍ଚା ହେଉଛି। ଏହାକୁ ପାକିସ୍ତାନରେ ଆସିମ ମୁନିରଙ୍କ ଶକ୍ତି ଭାବେ ଦେଖିବାକୁ ମିଳୁଛି , କାରଣ ଏଥିରେ ଦେଶ ଦୁନିଆର ୪୦୦ ଭିଆଇପି ଅତିଥି ଉପସ୍ଥିତ ଥିଲେ। ଆସିମ୍ ମୁନିର ଝିଅର ବିବାହ ନିଜ ଭାଇ ସୈୟଦ କାସିମ୍ ମୁନିରଙ୍କ ପୁଅ ଅବଦୁଲ ରେହମାନଙ୍କ ସହ କରିଛନ୍ତି। ଏହିପରି ନିଜର ପୁତୁରା ସହ ଆସିମ ମୁନିର ଝିଅର ବାହାଘର କରିଛନ୍ତି। ଯିଏକି ପରସ୍ପର ମଧ୍ୟରେ ଭାଇ-ଭଉଣୀ ହିଁ ଥିଲେ। ଏହି ବାହାଘରକୁ ନେଇ ଭାରତରେ କିଛି ଲୋକ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି, କିନ୍ତୁ ଏହା ମଧ୍ୟ ସତ ଯେ, ପାକିସ୍ତାନରେ ଏମିତି ବାହାଘର ସାଧାରଣ କଥା।
ଏହାସହ ମଧ୍ୟ ପଡନ୍ତୁ : ‘ଅପରେସନ ସିନ୍ଦୂର’ ବେଳେ ପାକିସ୍ତାନକୁ ସମର୍ଥନ କରିଥିଲା, ଏବେ ଅସ୍ତ୍ରବିରତରେ ମଧ୍ୟସ୍ଥି କରିଥିବା ଚୀନର ଦାବି
ପାକିସ୍ତାନରେ ପାଖାପାଖି ଦୁଇ ତୃତୀୟାଂଶ ବାହାଘର ଏମିତି ହି ହୋଇଥାଏ , ଯେଉଁଥିରେ କଜିନ( ଭାଇ-ଭଉଣୀ)ଙ୍କ ମଧ୍ୟରେ ସଂପର୍କ ଗଢି ହୁଏ। ଏଥିପାଇଁ ଏହା କୌଣସି ଆଶ୍ଚର୍ଯ୍ୟକର କଥା ନୁହେଁ। ମୁଖ୍ୟ କଥା ଏହା ଯେ, ଆସିମ ମୁନିରଙ୍କ ଝିଅର ବିବାହ ରାୱଲପିଣ୍ଡି ସ୍ଥିତ ପାକିସ୍ତାନୀ ସେନାର ମୁଖ୍ୟାଳୟରେ ହିଁ ହୋଇଛି। ଏହା ଏଥିପାଇଁ କାରଣ ମୁଖ୍ୟାଳୟର ସୁରକ୍ଷା ବ୍ୟବସ୍ଥା ପୂରା କଡ଼ାକଡ଼ି। ଆସିମ ମୁନିର ପାକିସ୍ତାନରେ ସବୁଠୁ ମଜବୁତ ବ୍ୟକ୍ତି ପାଲଟି ଯାଇଛନ୍ତି। ସେ କୌଣସି ବି ପ୍ରକାରର ବାହାରେ ଆୟୋଜନ କରି ରିସ୍କ ନେବାକୁ ଚାହିଁ ନଥିଲେ। କେବଳ ଏତିକି ନୁହେଁ , ଏହି ବିବାହକୁ ଏତେ ସିକ୍ରେଟ୍ ରଖା ଯାଇଛି ଯେ, ଗୋଟିଏ ଫଟୋ ବି ମିଡ଼ିଆ କିମ୍ୱା ସୋସିଆଲ ମିଡ଼ିଆରେ ଆସି ନାହିଁ।
ପାକିସ୍ତାନୀ ସାମ୍ୱାଦିକ ଜାହିଦ ଗିଶକୋରି କହିଛନ୍ତି ଯେ, ଏହି ବିବାହ ରାୱଲପିଣ୍ଡିରେ ହୋଇଥିଲା। ଆସିମ ମୁନିରଙ୍କ ୩ୟ ଝିଅର ବିବାହ ତାଙ୍କର ହିଁ ଭାଇଙ୍କ ପୁଅ ଅର୍ଥାତ୍ ପୁତୁରା ସହ ହୋଇଛି। ଏହି ହାଇପ୍ରୋଫାଇଲ ବିବାହରେ ପ୍ରାୟ ୪୦୦ ଲୋକ ସାମିଲ ଥିଲେ। ନିଜ ଭାଇ ସୈୟଦ କାସିମ ମୁନିରଙ୍କ ପୁଅ ଅବଦୁଲ ରେହମାନଙ୍କୁ ହି ଆସିମ ମୁନିର ନିଜର ଜ୍ୱାଇଁ କରିଛନ୍ତି। ପ୍ରଥମେ ସେ ପାକିସ୍ତାନ ଆର୍ମିରେ କ୍ୟାପଟେନ ଭାବେ କାମ କରୁଥିଲେ। ଏହାପରେ ସେ ଆର୍ମି କୋଟାରୁ ହିଁ ସିଭିଲ ସର୍ଭିସ୍ରେ ଜଏନ୍ କରିଥିଲେ ଏବଂ ବର୍ତ୍ତମାନ ଆସିଷ୍ଟାଣ୍ଟ କମିଶନର ପଦରେ ନିଯୁକ୍ତ ଅଛନ୍ତି। ଏହି ଆୟୋଜନରେ ଆସିଫ୍ ଅଲି ଜର୍ଦ୍ଦାରୀ , ପିଏମ୍ ଶହବାଦ ସରିଫ୍ ଓ ପାକିସ୍ତାନୀ ପଞ୍ଜାବର ସିଏମ୍ ମିରୟମ ନୱାଜ ମଧ୍ୟ ଉପସ୍ଥିତ ଥିଲେ।