ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କେବଳ ବାବା ସିଦ୍ଧିକ୍ ନୁହଁନ୍ତି, ପୁଅ ଜିଶାନ ସିଦ୍ଧିକ୍ ମଧ୍ୟ ଥିଲେ ଆକ୍ରମଣକାରୀଙ୍କ ଟାର୍ଗେଟରେ, ପଚରାଉଚରା ବେଳେ ଅଭିଯୁକ୍ତଙ୍କ ଖୁଲାସା…

Published By : Ladu Kishor | October 14, 2024 6:08 PM

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ଘଟଣାରେ ଏକ ନୂଆ ଖୁଲାସା ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଖୁଲାସା କରିଛନ୍ତି ଯେ, ସିଦ୍ଦିକଙ୍କ ପୁଅ ଜିଶାନ ସିଦ୍ଦିକି ମଧ୍ୟ ସୁଟରଙ୍କ ଟାର୍ଗେଟରେ ଥିଲେ। ମୁମ୍ବାଇ ପୋଲିସର ସୂଚନାନୁସାରେ ଅଭିଯୁକ୍ତଙ୍କୁ ଉଭୟ ଜିଶାନ ଏବଂ ବାବା ସିଦ୍ଦିକଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦିଆଯାଇଥିଲା। କିନ୍ତୁ ସଂଯୋଗ ବସତଃ ଜିଶାନ ଏହି ଆକ୍ରମଣରୁ ବଞ୍ଚି ଯାଇଛନ୍ତି। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଦାବି କରିଛନ୍ତି ଯେ, ଉଭୟ ଜିଶାନ ଏବଂ ବାବା ସିଦ୍ଦିକିଙ୍କୁ ଟାର୍ଗେଟ କରାଯାଇଥିଲା ଏବଂ ସେମାନଙ୍କୁ ମଧ୍ୟରୁ ଯିଏବି ଦେଖା ମିଳିବେ ତାଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଘଟଣାର କିଛି ଦିନ ପୂର୍ବରୁ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ।

ତେବେ ଏହି ସମୟରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ପ୍ରବୀଣ ଲୋନକରଙ୍କୁ ପୁଣେରୁ ଗିରଫ କରିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ପ୍ରବୀଣ ଶୁବୁ ଲୋନକରଙ୍କ ଭାଇ, ଯିଏକି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ ଏହି ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦାୟୀ। ତେବେ ଶୁଭମ୍ ଲୋନକର ବର୍ତ୍ତମାନ ଫେରାର ଅଛନ୍ତି । 

ତେବେ ତଦନ୍ତରୁ ଜଣାପଡିଛି ଯେ, ଶୁଭମ୍ ଲୋନକର ଉଭୟ ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କ ସହ ସିଧାସଳଖ ସମ୍ପର୍କ ରହିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟାକାଣ୍ଡରେ ଅନମୋଲ ବିଷ୍ଣୋଇ ମଧ୍ୟ ଜଣେ ଅଭିଯୁକ୍ତ।

ସୂଚନାଥାଉକି,ଯେ ଏନସିପି (ଅଜିତ ପାୱାର ଦଳ) ନେତା ବାବା ସିଦ୍ଦିକିଙ୍କୁ ଶନିବାର ରାତିରେ ମୁମ୍ବାଇର ନିର୍ମଲ ନଗରସ୍ଥିତ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଛି । ପୂର୍ବରୁ ଆକ୍ରମଣ ପାଇଁ ଜଗି ରହିଥିବା ତିନିଜଣ ଆକ୍ରମଣକାରୀ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ, ସେଥିମଧ୍ୟରୁ ୩ ଟି ଗୁଳି ବାବା ସିଦ୍ଦିକଙ୍କ ଦେହରେ ବାଜିଥିଲା । ତାଙ୍କୁ ତୁରନ୍ତ ମୁମ୍ବାଇର ଲିଲାବତୀ ଡାକ୍ତରଖାନାକୁ ନିଆଯାଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.