ନୂଆଦିଲ୍ଲୀ,୨୬/୦୭: 'ଆଜିର ଯୁବପିଢି ବିଭିନ୍ନ ପ୍ରସଙ୍ଗରେ ଅନେକ ପ୍ରଶ୍ନ କରୁଛନ୍ତି । ଆମେ ସେମାନଙ୍କୁ ଆଦେଶ ଦେବା ବଦଳରେ ସେମାନଙ୍କ ସହ ଲଗାତାର ଆଲୋନଚା କରିବା ଆବଶ୍ୟକ । ସେମାନଙ୍କ ପ୍ରତି କଥା ପଛରେ ଥିବା ତର୍କକୁ ବୁଝାଇବା ଉଚିତ୍ । ଆଲୋଚନା ଜରିଆରେ ହିଁ ନୂଆପିଢିଙ୍କୁ ଠିକ୍‌ ରାସ୍ତା ଦେଖାଇ ହେବ ।' ଦିଲ୍ଲୀରେ 'ବିଶ୍ୱ ମାଙ୍ଗଲ୍ୟ ସଭା' କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ (ଆରଏସଏସ୍‌) ମୁଖ୍ୟ ମୋହନ ଭାଗବତ୍ ଏହି ବୟାନ ଦେଇଛନ୍ତି । ସେଠାରେ ସେ ପରିବାର, ସଂସ୍କାର ଏବଂ ନୂଆ ପିଢିକୁ ନେଇ ନିଜର ବିଚାର ଉପସ୍ଥାପନ କରିଛନ୍ତି ।

ଭାଗବତ୍ କହିଛନ୍ତି, '' ପୂର୍ବରୁ ବାପା-ମା' ଙ୍କ କଥା ଚୂଡାନ୍ତ ହେଉଥିଲା । ସେଥିନେଇ କୌଣସି ପ୍ରକାର ଯୁକ୍ତିର ପ୍ରଶ୍ନ ଉଠୁନଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି । ଆଜିକାଲି ନୂଆ ପିଢି ବିଭିନ୍ନ ପ୍ରସଙ୍ଗରେ ଅନେକ ପ୍ରଶ୍ନ କରୁଛନ୍ତି । ସେମାନଙ୍କୁ ପ୍ରତ୍ୟେକ ବିଷୟ ପାଇଁ ଯୁକ୍ତିଯୁକ୍ତ କାରଣ ଦର୍ଶାଇବା ଜରୁରି ହୋଇଯାଇଛି । ସେହିପରି ଆଜିକାଲିର ଇଣ୍ଟରନେଟ୍ ପ୍ରଚାର ମାଧ୍ୟମ ଦ୍ୱାରା ଅନେକ ଭାବେ ପ୍ରଭାବିତ । ଏଭଳି ସ୍ଥିତିରେ ଯୁବଗୋଷ୍ଠୀଙ୍କୁ ଭ୍ରମ ଏବଂ ଦ୍ବନ୍ଦରୁ ବାହାର କରିବା ପାଇଁ ପ୍ରଚୁର ଭଲ ପାଇବା, ସମୟ ଦେବାର ଆବଶ୍ୟକତା ରହିଛି । ସେମାନଙ୍କୁ କେବଳ ଆଦେଶ ଦେଲେ ହେବନାହିଁ । ପରିବାର ଏବଂ ସମାଜକୁ ନୂଆପିଢିଙ୍କ ସହ ସମୟ ବିତାଇବାକୁ ପଡ଼ିବ । ସେମାନଙ୍କ କଥା ଶୁଣିବାକୁ ପଡିବ ଯେପରିକି ସେମାନେ ଖୋଲାଖୋଲି ଭାବେ ନିଜର ମତ ଉପସ୍ଥାପନ କରିପାରିବେ । ''

ଏହା ବି ପଢନ୍ତୁ...Flood: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ; ୨୪ ଘଣ୍ଟା ୧୪ ଜଣଙ୍କର ଗଲା ଜୀବନ, ୭ ଲକ୍ଷରୁ ଅଧିକ ପ୍ରଭାବିତ  

ଏହା ବି ପଢନ୍ତୁ...ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀ ହେଲେ ନୂଆ ଶିକ୍ଷା ମନ୍ତ୍ରୀ; ଅତିରିକ୍ତ ଦାୟିତ୍ୱ ଦେଲେ ରାଷ୍ଟ୍ରପତି  

ଭାଗବତ୍ ଆହୁରି କହିଛନ୍ତି ଯେ , '' ଆଜିର ପିଢି ଗୁରୁଜନଙ୍କ ବ୍ୟବହାରକୁ ଅତି ନିକଟରୁ ପରଖୁଛନ୍ତି । ଏଭଳିସ୍ଥିତିରେ ଯଦି ସମାଜରେ ଲୋକମାନେ ନିଜର କାମ ଦ୍ୱାରା ଭଲ ଏବଂ ପ୍ରମାଣିକ ଉଦାହରଣ ଉପସ୍ଥାପନ କରିବେ, ତେବେ ତାର ପ୍ରଭାବ ନୂଆ ପିଢି ଉପରେ ନିଶ୍ଚିତ ଭାବେ ପଡିବ । ନୂଆପିଢିଙ୍କୁ ଯେଉଁଠି ଭଲ ଏବଂ ବାସ୍ତବ ଉଦାହରଣ ମିଳେ ସେଠାରେ ସେମାନେ ସମାଜ ଲାଗି ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରିଦେଇଥାନ୍ତି । ''