ନୂଆଦିଲ୍ଲୀ,୨୭/୧୨ : ସେ ଆକାଶ ଥିଲେ ମାତ୍ର ସବୁବେଳେ ନଇଁକି ଚାଲୁଥିଲେ । ଏହା କଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବ୍ୟକ୍ତିତ୍ବ ସହ ଏକଦମ ମେଳ ଖାଉଛି । ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ଥିକ ସୁଧାରର ଜନନାୟକ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଦେଶ ପ୍ରତି ତାଙ୍କ ଅବଦାନ ପାଇଁ ସର୍ବଦା ମନେ ରହିବ ମନମୋହନ ସିଂହ । ଭାରତର ଅର୍ଥନୀତି ଚକ ତାଙ୍କ ବିନା ଆଗକୁ ଆଗକୁ ଗଡିବା ଅସମ୍ଭବ ଥିଲା । ତେବେ ମନମୋହନ ସିଂହଙ୍କୁ ଅକ୍ସିଡେଣ୍ଟାଲ ପିଏମ ବୋଲି କହୁଯାଉଥିଲା । ଏହାର ଉତ୍ତରରେ ସେ କହିଥିଲେ ମୁଁ କେବଳ ଆକ୍ସିଡେଣ୍ଟାଲ ପ୍ରଧାନମନ୍ତ୍ରୀ ନହେଁ ବରଂ ଆକ୍ସିଡେଣ୍ଟାଲ ଅର୍ଥମନ୍ତ୍ରୀ ମଧ୍ୟ ।
ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ ସିଂହ । ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ ଥିଲେ । ୨୦୦୪ରୁ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କୁ ଦେଶର ଅକ୍ସିଡେଣ୍ଟାଲ ପିଏମ ବୋଲି କୁହାଯାଉଥିଲା । ଏହି କଥାର ଉତ୍ତରରେ ମୁଁ କେବଳ ଅକ୍ସିଡେଣ୍ଚାଲ ପ୍ରଧାନମନ୍ତ୍ରୀ ନୁହେଁ ବଂର ଆକ୍ସିଡେଣ୍ଟାଲ ଅର୍ଥମନ୍ତ୍ରୀ ମଧ୍ୟ କହିଥିଲେ ମନମୋହନ । ୨୦୧୯ରେ 'ଚେଞ୍ଜିଗ୍ ଇଣ୍ଡିଆ' ନାମକ ପୁସ୍ତକ ଉନ୍ମୋଚନ ଅବସରରେ ଏପରି କହିଥିଲେ ମନମୋହନ ସିଂହ ।
୧୯୯୧ ମସିହାରେ ଭାରତ ଆର୍ଥିକ ସଂଙ୍କଟ ଦେଇ ଗତି କରୁଥିଲା । ଦେଶର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ନରସିଂହ ରାଓ ସମସ୍ତଙ୍କୁ ଚକିତ କରି ତତକାଳ ଆରବିଆଇ ଗଭର୍ଣ୍ଣର ମନମୋହନ ସିଂହଙ୍କୁ କ୍ୟାବିନେଟରେ ଅର୍ଥମନ୍ତ୍ରୀ କରିଥିଲେ । ଦେଶର ଅର୍ଥିକ ସଂଙ୍କଟ ବେଳେ ଅର୍ଥମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଅର୍ଥ ଶାସ୍ତ୍ରୀ ବୋଲି କୁହାଯାଏ ।
୧୯୯୮ରୁ ୨୦୦୪ ଯାଏ ମନମୋହନ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ । ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ପରେ ସେ ୨୦୦୪ ମେ ୨୨ ତାରିଖରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୦୯ରେ ମଧ୍ୟ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।