PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

Nothing Phone (1)ପାଇଁ ଉତ୍ସାହିତ ୟୁଜର୍ସ, ୨ ଲକ୍ଷରୁ ଅଧିକ ଲାଗିଲା ବୋଲି

ନୂଆଦିଲ୍ଲୀ ୨୩/୬: ନଥିଂ ଫୋନ ୱାନକୁ ନେଇ ୟୁଜର୍ସ ବହୁତ ଉତ୍ସାହିତ ଅଛନ୍ତି । ନିକଟରେ ଏହି ଫୋନର ଫଟୋ ସାମ୍ନାକୁ ଆସିଥିଲା ଯାହାର ଲୁକ୍ସ ଏବଂ ଡିଜାଇନ୍ ଦେଖି ୟୁଜର୍ସ ବହୁତ ଉତ୍ସାହିତ ହୋଇଯାଇଥିଲେ । ଏବେ କମ୍ପାନୀ ଏହାର ନୂଆ ହ୍ୟାଣ୍ଡ୍ସ ଅନ୍ ଭିଡିଓ ରିଲିଭ୍ କରିଦେଇଛି । ଏହାର ଲୁକ୍ ଅତି ଆକର୍ଷକ ଲାଗୁଛି । Carl Pei ଟ୍ୱିଟ୍ କରି କହିଛନ୍ତି କି କମ୍ପାନୀ Stock Xରେ ଏହାର ୧୦୦ ୟୁନିଟ୍ସକୁ ସେଲ୍ ପାଇଁ ଉପଲବ୍ଧ କରାଇଥିଲା ଯାହାର ଗୋଟିଏ ୟୁନିଟ ପାଇଁ $୨୬୭୯(ପ୍ରାୟ ୨,୦୯,୩୩୩ ଟଙ୍କା) ପର୍ଯ୍ୟନ୍ତ ବୋଲି ଲାଗିଛି । ସେଲର ରେକର୍ଡକୁ ଦେଖି ୟୁଜର୍ସଙ୍କ ମଧ୍ୟରେ ଏହି ସ୍ମାର୍ଟଫୋନ କିଣିବା କ୍ରେଜ୍ ବଢିବାରେ ଲାଗିଛି ।

Nothing Phone (1) ଗ୍ଲୋବାଲି ୧୨ ଜୁଲାଇରେ ଲଞ୍ଚ୍ କରାଯିବ । ଏହି ଫୋନ୍ ସମ୍ପର୍କିତ ସ୍ପେଶିଫିକେସନ ମଧ୍ୟ ସାମ୍ନାକୁ ଆସିଛି । କମ୍ପାନୀ ଗତ ବର୍ଷ ନଥିଂ ଇୟର ଲଞ୍ଚ୍ କରିଥିଲା । ଏହାର ସମ୍ପୂର୍ଣ୍ଣ ବଡି ଟ୍ରାନ୍ସପରେଣ୍ଟ ଥିଲା । ଠିକ୍ ସେମିତି କମ୍ପାନୀର ଅପକମିଂ ସ୍ମାର୍ଟଫୋନର ଫୁଲ୍ ବଡି ମଧ୍ୟ ଟ୍ରାନ୍ସପରେଣ୍ଟ ହେବ । ଏହାର ହ୍ୟାଣ୍ଡ୍ସ-ଅନ୍ ବଡି ଭିଡିଓ ଏବଂ କମ୍ପାନୀ ତରଫରୁ ଜାରି ଟିଜ୍ କରାଯାଇଥିବା ପୋଷ୍ଟରରେ ଆପଣ ଏହି ସ୍ମାର୍ଟଫୋନ ଦେଖିପାରିବେ ।

କ’ଣ ହେବ ଡିଜାଇନ୍ ଏବଂ କ୍ୟାମେରା

ଗତ ସପ୍ତାହରେ ନଥିଂ ଫୋନ୍ ୧ର ରିୟର ଅର୍ଥାତ୍ ବ୍ୟାକ୍ ପ୍ୟାନେଲର ଡିଜାଇନ୍ ସାମ୍ନାକୁ ଆସିଥିଲା । Marques Brownlee ଦ୍ୱାରା ସେୟାର କରାଯାଇଥିବା ୟୁଟ୍ୟୁବ୍ ଭିଡିଓରେ ଏହାର ଫ୍ରଣ୍ଟ ପ୍ୟାନେଲ ମଧ୍ୟ ନଜର ଆସୁଛି । ଏହାର ବ୍ୟାକ୍ ପ୍ୟାନେଲରେ ୟୁନିକ୍ ଡିଜାଇନ୍ ଦେଖିବାକୁ ମିଳୁଛି । ଫୋନରେ ମ୍ୟାଗ୍ନେଟିକ୍ ୱେୟାରଲେସ୍ ଚାର୍ଜିଂ ଫିଚର ଦିଆଯିବ । ସେହିଭଳି ଏଥିରେ ୨ ରିୟର କ୍ୟାମେରା ଦିଆଯିବ । ଫୋନର ବ୍ୟାକରେ ଏଲଇଡି ଲାଇଟ୍ସ ଦିଆଯାଇଛି ଯାହା ନୋଟିଫିକେସନ, କଲିଂ ଆଦି ସମୟରେ ବ୍ଲିଙ୍କ୍ କରିବ ।

ଫୋନର ବ୍ୟାକରେ ୫୦ଏମପିର ପ୍ରାଇମେରୀ କ୍ୟାମେରା ଓଆଇଏସ୍ ଫିଚର୍ ସହିତ ମିଳିବ । ଏହା ସହିତ ଫୋନରେ ୨ ଏମପିର ଏକ ମାକ୍ରୋ କ୍ୟାମେରା ଦିଆଯିବ । ସେଲ୍ଫି ପାଇଁ ଏଥିରେ ୩୨ ଏମପିର କ୍ୟାମେରା ମିଳିପାରେ । ଏଥିରେ ୬.୫୫ ଫୁଲ ଏଚଡି ପ୍ଲସ୍ ଓଏଲଇଡି ଡିସପ୍ଲେ ମିଳିବ । ଫୋନରେ ୯୦ ହର୍ଜ ରିଫ୍ରେଶ୍ ରେଟ୍ ସହିତ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯିବ । ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ ୭ ଜେନ କଷ୍ଟମାଇଜ୍ଡ ପ୍ରୋସେସର ଦିଆଯିବ । ଏଥିରେ ୮ ଜିବି ରାମ୍ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳିପାରେ । ଫୋନରେ ୪୫୦୦ ଏମଏଏଚ୍ ବ୍ୟାଟେରୀ ଏବଂ ଫାଷ୍ଟ ୱେୟାରଲେସ୍ ଚାର୍ଜିଂ ସପୋର୍ଟ ମଧ୍ୟ ମିଳିବ ।