ପ୍ରମୂଖ ଖବର
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି

Published By : Harapriya Sethi | August 24, 2025 8:32 AM

କୋଣାର୍କ,୨୪/୦୮: ପୁରୀରୁ କୋଣାର୍କ ରେଳପଥ ପାଇଁ କୋଣାର୍କର ବିଭିନ୍ନ ସଂଗଠନ ଓ ବାସିନ୍ଦାଙ୍କ ପକ୍ଷରୁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିଲା। ପୁରୀ-କୋଣାର୍କ ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କୋଣାର୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କୋଣାର୍କ ଅଞ୍ଚଳ ବାସିନ୍ଦାଙ୍କ ବହୁ ଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନର ବିକାଶ ସହିତ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଭୁବନେଶ୍ୱର,ପୁରୀ ଏବଂ କୋଣାର୍କ ସ୍ୱର୍ଣ୍ଣ ତ୍ରିଭୁଜରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେବ। କୋଣାର୍କ ସୂର୍ଯ୍ୟମନ୍ଦିର, ସ୍ୱର୍ଣ୍ଣାଭ ବେଳାଭୂମି ଓ ପ୍ରାକୃତିକ ସବୁଜିମା ଭରା ବେଳାମାର୍ଗ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଅନନ୍ୟ ଅନୁଭୂତି ଆଣିଦେବ। ଦେଶ ବିଦେଶର ପର୍ଯ୍ୟଟକମାନେ ଭିଷ୍ଟାଡମ ଟ୍ରେନରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ। 

ଏନେଇ ଜମି ଅଧିଗ୍ରହଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷକରି କୋଣାର୍କ ଥାନା ଅନ୍ତର୍ଗତ ସଦାନନ୍ଦପୁର, ଅଚ୍ୟୁତପୁର,ଗୁଣ୍ଡି, ଗ୍ରାମ ଗୁଡିକ ଜମି ଅଧିଗ୍ରହଣ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି ତହସିଲଦାର ଅନୀଲ କୁମାର ମହାନ୍ତି । ୩୨କିମି ରେଳପଥ ପାଇଁ ୪୯୨କୋଟି ଖର୍ଚ୍ଚ ଧାର୍ଯ୍ୟ ହୋଇଛି। ଏହି ରେଳପଥରେ ପୋରତରା, ଭିଙ୍ଗୁରାଡି ଓ କୋଣାର୍କ ୩ଟି ଷ୍ଟେସନ ରହିବ। ନୂଆନଇ, ଧନୁଆ ଓ କୁଶଭଦ୍ରା ନଦୀ ରହୁଥିବାରୁ ୮ଟି ବଡ଼ ପୋଲ,୨୭ଛୋଟ ପୋଲ ଓ ୨ଟି ରୋଡ ଓଭରବ୍ରିଜ ନିର୍ମାଣ ହେବ । 

ବାଲୁଖଣ୍ଡ ଅଭୟାରଣ୍ୟ ବାଇପାସ୍ ହେତୁ ସବୁଜିମା ଭରା ପ୍ରାକୃତିକ ପରିବେଶ ଦେଖିବାରୁ ପର୍ଯ୍ୟଟକମାନେ ବଞ୍ଚିତ ହେବେ। କୋଣାର୍କରେ ରାତ୍ରୀଯାପନ ପାଇଁ ବିଶେଷ ସୁବିଧା ନଥିବାରୁ ଅଧିକାଂଶ ପର୍ଯ୍ୟଟକ ସଂଧ୍ୟା ହେଲେ ପୁରୀ ଫେରୁଛନ୍ତି । କୋଣାର୍କ ପର୍ଯ୍ୟଟକଶୂନ୍ୟ ହୋଇପଡୁଛି । ଏଠାରେ ପଞ୍ଚତାରକା ହୋଟେଲ ସୁବିଧା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ବ୍ୟବସ୍ଥା ରହିଲେ ଏହି ଯୋଜନା ପାଇଁ ବିଶେଷ ଲାଭଦାୟକ ହେବ। କୋଣାର୍କ ଉତ୍ସବ ଓ ମାଘ ସପ୍ତମୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ପୁରୀ କୋଣାର୍କ ରେଳପଥ ଯୋଡ଼ି ହେଲେ କୋଣାର୍କକୁ ଅଧିକ ସଂଖ୍ୟକ ଯାତ୍ରୀ ଆଗମନ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.