PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

୫୯ ମିନିଟରେ ୫ କୋଟି ପର୍ଯ୍ଯନ୍ତ ଲୋନ୍ ଦେଉଛନ୍ତି ମୋଦି ସରକାର, ଏମିତି କରନ୍ତୁ ଆବେଦନ

ନୁଆଦିଲ୍ଲୀ ୨୫/୭: ମୋଦି ସରକାର ଛୋଟ ବ୍ୟବସାୟୀଙ୍କୁ ଲୋନ୍ ଦେଉଛନ୍ତି । ସରକାର MSME ପାଇଁ ‘PSB Loans in 59 Minutes’ ସୁବିଧା ଆରମ୍ଭ କରିଥିଲେ । ଏଥିରେ MSME ପାଇଁ ୧ କୋଟି ଟଙ୍କା ପର୍ଯ୍ଯନ୍ତ ଲୋନ୍ କେବଳ ୫୯ ମିନିଟରେ ପାସ୍ ହୋଇଯାଉଥିଲା । ଏବେ ଏହି ସୁବିଧା ଅନୁସାରେ ଲୋନ୍ ଆମାଉଣ୍ଟକୁ ବୃଦ୍ଧି କରି ୫ କୋଟି ଟଙ୍କା କରିଦିଆ ଯାଇଛି । ଅର୍ଥାତ୍ ଏବେ କେବଳ ୫୯ ମିନିଟରେ MSMEj ୫ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ୍ ପାସ୍ ହୋଇଯିବ ଏବଂ ଲୋନର ଆମାଉଣ୍ଟ ୮ କାର୍ଯ୍ୟଦିବସ ମଧ୍ୟରେ ଆକାଉଣ୍ଟକୁ ଯିବ ।

୫୯ ମିନିଟରେ ୫ କୋଟି ପର୍ୟ୍ୟନ୍ତ ମିଳିବ ଲୋନ୍
PSB Loans in 59 Minutes ଅନୁସାରେ ପାର୍ଟନର ବ୍ୟାଙ୍କଗୁଡିକରେ ୫ ବଡ ବ୍ଯାଙ୍କ ଏସବିଆଇ, ୟୁନିୟନ ବ୍ଯାଙ୍କ ଅଫ୍ ଇଣ୍ଡିଆ, ଓରିଏଣ୍ଟଲ ବ୍ଯାଙ୍କ ଅଫ କମର୍ସ, କର୍ପୋରେସନ୍ ବ୍ଯାଙ୍କ ଓ ଆନ୍ଧ୍ର ବ୍ଯାଙ୍କ ଲୋନର ଲିମିଟକୁ ୫ କୋଟି ଟଙ୍କା ପର୍ଯ୍ଯନ୍ତ କରିଦେଇଛନ୍ତି ।  ଏହି ବ୍ଯାଙ୍କମାନଙ୍କରେ ୧ ଲକ୍ଷରୁ ଆରମ୍ଭ କରି ୫ କୋଟି ପର୍ୟ୍ୟନ୍ତ ଲୋନ୍ ଦିଆଯାଉଛି । ଏହାର ସୁଧ ଦର ୮.୫ ପ୍ରତିଶତରୁ ଆରମ୍ଭ ହେଉଛି ।

କେମିତି କରିବେ ଆବେଦନ
ଲୋନ୍ ପାଇଁ ଆବେଦନ କରିବା ପାଇଁ MSMEକୁ https://www.psbloansin59minutes.com/signup  କୁ ଯିବାକୁ ପଡିବ । ଏଠାରେ ଆବେଦନକାରୀଙ୍କ ନାମ, ଇମେଲ୍ ଆଇଡି, ଫୋନ୍ ନମ୍ବର ଭରି OTP ଜେନେରେଟ୍ କରିବାକୁ ପଡିବ । OTP ପକାଇବା ପରେ ଆଗାମୀ ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ଦରକାର ପଡିବ ଏହି ଜିନିଷ
ଜିଏସଟି ଆଇଡେଣ୍ଟିଫିକେସନ୍ ନମ୍ବର(GSTIN), ଜିଏସଟି ୟୁଜର ଆଇଡି ଓ ପାସୱର୍ଡ, ଇନକମ୍ ଟ୍ୟାକ୍ସ ଇ-ଫାଇଲିଂ ପାସୱର୍ଡ, ଡେଟ୍ ଅଫ ଇନକର୍ପୋରେସନ୍ କିମ୍ବା ଗତ ୩ ବର୍ଷ ର ଆଇଟିଆର XML ଫର୍ମାଟ ସହିତ ଆବଶ୍ଯକ । କରେଣ୍ଟ ଆକାଉଣ୍ଟ- ନେଟବ୍ଯାକିଂରେ ବ୍ଯବହାର ହେଉଥିବା ୟୁଜରମେନ୍, ପାସୱର୍ଡ କିମ୍ବା ଗତ ୬ ମାସର ବ୍ଯାଙ୍କ ଷ୍ଟେଟମେଣ୍ଟ ପିଡିଏଫ୍, ଡାଇରେକ୍ଟର/ପାର୍ଟନର/ପ୍ରୋପରାଇଟର ଡିଟେଲ୍ସ- ବେସିକ୍ ପର୍ସନାଲ୍, କେୱାଇସି, ଏଜୁକେସନ୍ ଡିଟେଲ୍ସ ଓ ଫର୍ମର ଓନରସିପ୍ ଡିଟେଲ୍ସ, ଆବଶ୍ୟକ ।