ପ୍ୟାଣ୍ଟ୍ରିକାରରେ କିଭଳି ରୋଷେଇ ହେଉଛି ରେଳଯାତ୍ରୀ ଲାଇଭ ଦେଖିପାରିବେ

ନୂଆଦିଲ୍ଲୀ,୨୫।୨: ଟ୍ରେନରେ ମିଳୁଥିବା ଖାଦ୍ୟର ସ୍ବଚ୍ଚତା ନେଇ ସବୁବେଳେ ଯାତ୍ରୀମାନେ ଆଶଙ୍କାରେ ଥାନ୍ତି। ସେମାନେ ଯେଉଁ ଖାଦ୍ୟ ଖାଉଛନ୍ତି ତାହା କେତେଦୂର ସ୍ବଚ୍ଛ? ଏମିତିକି ଟ୍ରେନରେ ମିଳୁଥିବା ଖାଦ୍ୟ ନିମ୍ନମାନର ବୋଲି ବହୁବାର ପ୍ରମାଣିତ ହୋଇସାରିଛି। କିନ୍ତୁ ଏବେ ରେଳଯାତ୍ରୀଙ୍କୁ ସେହି ସମସ୍ୟା ରହିବନି। କାରଣ ସେମାନେ ଅନଲାଇନ୍ ଡ୍ୟାଶବୋର୍ଡରେ ଲାଇଭ ଦେଖିପାରିବେ ରେଲଓ୍ବେ ରୋଷେୟା କିଭଳି ଖାଦ୍ୟ ପ୍ରସ୍ତୁତ କରୁଛି ଓ ପ୍ୟାକ୍ କରୁଛି।

କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ଆଜି ଅନଲାଇନ୍ ଡ୍ୟାଶବୋର୍ଡର ଉଦଘାଟନ କରିଛନ୍ତି। ପୋର୍ଟାଲ ’ରେଳ ଦୃଷ୍ଟି’ ଡ୍ୟାଶବୋର୍ଡ ଦ୍ବାରା ରେଳଗାଡିକୁ ଗମନାଗମନ,ଭଡା, ଷ୍ଟେସନ୍ ତଥା ଟିକେଟ ସମ୍ପର୍କରେ ସୂଚନା ମିଳିବ। ଗୋୟଲ ରେଳ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓ୍ବେବସାଇଟ୍ ଉପଯୋଗକର୍ତ୍ତାଙ୍କ ଆନୁକୂଲ୍ୟରେ ଲୋକ ବିଭିନ୍ନ ସୁବିଧାର ସ୍ଥିତି ସମ୍ପର୍କରେ ନୀରିକ୍ଷଣ କରିପାରିବେ ଓ ପୋର୍ଟାଲ ଉପରେ ଅଭିଯୋଗ ଦାଖଲ କରିପାରିବେ।