ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ଅଜିତ୍ ଡୋଭାଲଙ୍କ କାର୍ଯ୍ଯକାଳ ୫ ବର୍ଷ ପାଇଁ ବୃଦ୍ଧି

ନୁଆଦିଲ୍ଲୀ ୩/୬: ମୋଦି ସରକାରଙ୍କ ଶପଥ ଗ୍ରହଣ ସମାରୋହ ଶେଷ ହେବା ପରେ ସବୁ ମନ୍ତ୍ରୀମାନେ ନିଜ କାର୍ୟ୍ୟଭାର ସମ୍ଭାଳି ନେଇଛନ୍ତି । ଏହା ମଧ୍ଯରେ ଏକ ବଡ ଖବର ଆସୁଛି ଯେ ଅଜିତ୍ ଡୋଭାଲ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ରହିବେ । ଅଜିତ୍ ଡୋଭାଲଙ୍କୁ କ୍ଯାବିନେଟ୍ ରାଙ୍କ ମଧ୍ଯ ଦିଆଯାଇଛି ।
ଗୃହ ମନ୍ତ୍ରାଳୟ ସୋମବାର ଅଜିତ ଡୋଭାଲଙ୍କୁ ନିଯୁକ୍ତି ଏନଏସଏ ରୂପେ ରୂପେ ୫ ବର୍ଷ ପାଇଁ ବୃଦ୍ଧି କରିଦେଇଛନ୍ତି । କହିରଖୁଛୁ ଅଜିତ୍ ଡୋଭାଲ୍ ଦେଶର ୫ମ ଜାତୀୟ ସୁରକ୍ଷା ପରାମର୍ଶଦାତା । ଡୋଭାଲଙ୍କ ପୂର୍ବରୁ ଶିବଶଙ୍କର ମେନନ ଭାରତର ଏନଏସଏ ଥିଲେ । ଡୋଭାଲଙ୍କୁ ଜାତୀୟ ସୁରକ୍ଷାରେ ତାଙ୍କ ଯୋଗଦାନ ପାଇଁ ଭାରତ ସରକାର କ୍ଯାବିନେଟ୍ ରାଙ୍କ ମଧ୍ଯ ଦେଇଛନ୍ତି ।