ନୂଆପଡ଼ା ୧୨।୬: ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ବର୍ଷେ ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଶାସନ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ କଳାହାଣ୍ଡି ସଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଶ୍ରମମନ୍ତ୍ରୀ ଗଣେଷରାମ ଖୁଣ୍ଟିଆ ଯୋଗ ଦେଇଥିଲେ। ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ,ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ବରିଷ୍ଠ ନେତା ସରୋଜ କୁମାର ସାହୁ, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଶିବପ୍ରସାଦ ମୁଣ୍ଡ, ଜିଲ୍ଲା ସାଧାରଣ ସମ୍ପାଦକ ତୁଳସ ପଟେଲ,କୋଷାଧ୍ୟକ୍ଷ ସୁଶାନ୍ତ ପତି,କଳାହାଣ୍ଡି ସାଂସଦ ପ୍ରତିନିଧି ପ୍ରେମ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ।
ଏଠି ରାଜ୍ୟ ସରକାରଙ୍କ ବର୍ଷେ ଓ କେନ୍ଦ୍ର ସରକାରଙ୍କ୧୧ ବର୍ଷ ପୂର୍ତ୍ତି ଅବସରରେ ଅନେକ ଉପଲବ୍ଧି ବଖାଣି ଥିଲେ। ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ଶାସନରେ ବିକାଶ ଦୃତଗତିରେ ଆଗେଇ ଚାଲିଛି। ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮ ଶହ ଟଙ୍କାର ବୋନସ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିଛି। ରାଜ୍ୟରେ ସୁଭଦ୍ରା ଯୋଜନା ମହିଳାଙ୍କୁ ସ୍ବବଲମ୍ବୀ କରିଛି। ଆସନ୍ତା ୪ ବର୍ଷରେ ରାଜ୍ୟର ଆହୁରୀ ଆର୍ଥିକ ସ୍ଥିତି ସୁଦୃଢ ହେବ। ଆଗକୁ ବିକଶିତ ଓଡ଼ିଶା ଗଠନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି।