ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅପର ଜୋଙ୍କ ଜଳ ଆବଣ୍ଟନ ବିବାଦ : ଜିଲ୍ଲାପାଳଙ୍କୁ ତାଲା ପକାଇଲେ ତଳମୁଣ୍ଡ ଚାଷୀ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ କର୍ମଚାରୀ ପଣବନ୍ଦୀ

ନୂଆପଡ଼ା, ୨୫।୦୧ : ଉଗ୍ରରୂପ ନେଇଛି ନୂଆପଡ଼ା ବ୍ଳକ ପତୋରା ଅପର ଜୋଙ୍କ ଜଳ ଆବଣ୍ଟନ। ଆଜି ତଳମୁଣ୍ଡ ଚାଷୀ ପାଣି ପାଇଁ ଜିଲ୍ଲାପାଳଙ୍କୁ ତାଲା ପକାଇବା ସହ ଜିଲ୍ଳାପାଳ, ଅତିରିକ୍ତ ଜିଲ୍ଲାପାଳ, କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପଣବନ୍ଦୀ କରିଛନ୍ତି।

ଗତ ମାସେ ହେବ ପତୋରା ଅପର ଜୋଙ୍କ ପ୍ରକଳ୍ପରେ ଚଳିତ ରବି ଚାଷ ପାଇଁ ପାଣି ଆବଣ୍ଟନକୁ ନେଇ ବିବାଦ ଦେଖା ଦେଇଛି। ଗତ ଜାନୁୟାରୀ ୧ରୁ ପତୋରା ମୁଖ୍ୟ କେନାଲ ଉପରେ ଯୋଗେଶ୍ଵର ମଞ୍ଚ ତରଫରୁ ଧାରଣାରେ ବସିଛନ୍ତି। ଗତ ୨୩ ତାରିଖ ସନ୍ଧ୍ୟାରେ ପ୍ରକଳ୍ପରୁ ପାଣି ଛଡା ଯାଇଥିଲେ ବି ଉପରମୁଣ୍ଡ କେନାଲ ୱବାଲେଟ ଖୋଲା ଯାଇଥିବାରୁ ତଳମୁଣ୍ଡକୁ ପାଣି ପହଞ୍ଚି ପାରିନାହିଁ। ଅନ୍ୟପକ୍ଷରେ ତଳମୁଣ୍ଡ ଚାଷୀଙ୍କୁ ପାଣି ଦେବାର ମହଲତ ସାରି ଯାଇଛି। ଏଭଳି ସ୍ଥିତିରେ ତଳମୁଣ୍ଡ ଚାଷୀ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆଜି ପୂର୍ବାହ୍ନରେ ତଳମୁଣ୍ଡ ଚାଷୀ ଜିଲ୍ଲାପାଳ ଅଫିସ ଘେରାଉ କରିବାକୁ ଆସିଥିଲେ । ସେଠାରେ ଜିଲ୍ଲାପାଳ ଅଫିସର ଦୁଇ ମୁଖ୍ୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି । ଏବେ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରେ ଜିଲ୍ଲାପାଳ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ୩ ଘଣ୍ଟା ଧରି ପଣବନ୍ଦୀ ହୋଇଛନ୍ତି । ଏମିତି କି ଉତ୍ୟକ୍ତ ଚାଷୀ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ନୂଆପଡ଼ା ପୁଲିସ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରୁଛନ୍ତି । ଆମକୁ ପାଣି ଖୋଲି ଦିଅ, ତୁମକୁ ଗେଟ ଖୋଲିଦେବୁ ବୋଲି ଚାଷୀ ରୋକଠୋକ କହି ନିଜ ଜିଦରେ ଅଟଳ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.