PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପୁଣି ବଳଦକୁ ମାରି ଖାଇଲା ବାଘ, ସ୍ଥାନୀୟ ଲୋକେ ଆତଙ୍କିତ

ନୂଆପଡ଼ା, ୨୯/୦୩ : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ପୁଣି ବଳଦକୁ ଶିକାର କରିଛି ବାଘ । ଜଳମଡ଼ାଇ ଗାଁର ରାମଶିଲା ପଟିଆଙ୍କ ବଳଦକୁ ବାଘ ମାରି ଖାଇଯାଇଛି। ଆଜି ସକାଳୁ ମୃତଦେହ ଉଦ୍ଧାର ହୋଇଛି।

ସୂଚନାନୁଯାୟୀ, ମଙ୍ଗଳବାର ଜଳମଡ଼ାଇ ଗାଁର ରାମଶିଲା ପଟିଆଙ୍କ ବଳଦ ଜଙ୍ଗଲକୁ ଚାରିବାକୁ ଯାଇଥିଲା । ମହୁଲ ଫୁଲ ଖାଇବା ଆଶାରେ ବଳଦ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା । ବାଘ ଭୟରେ ପରିବାର ଲୋକେ ବଲଦକୁ ଖୋଜିବାକୁ ଯାଇନଥିଲେ । ଆଜି ସକାଳେ ଗାଁ ନିକଟ ଜଙ୍ଗଲରେ ବଳଦର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ପରିପାର୍ଶ୍ଵିକ ସ୍ଥିତିରୁ ବାଘ ଶିକାର କରିଥିବା ଜଣାପଡିଛି । ଆଜି ସକାଳେ ବନ୍ୟପ୍ରାଣୀ ବିଭାଗ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଥିବା ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଶିବପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।