ନୂଆଦିଲ୍ଲୀ : ମଧ୍ୟ ପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଜାତିସଂଘର ପୂର୍ବତନ କୂଟନୀତିଜ୍ଞ ପାଟ୍ରିଓଟିକ୍ ଭିଜନର ଆସୋସିଏସନ (ପିଭିଏ)ର ମୁଖ୍ୟ ପ୍ରତିନିଧି ମହମ୍ମଦ ସଫା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଜାତିସଂଘ ତେହେରାନ ଉପରେ ସମ୍ଭାବିତ ପରମାଣୁ ଆକ୍ରମଣର ପ୍ରସ୍ତୁତି କରୁଛି। ହେଲେ ଏହି ଦାବି ସହ ସଫା ନିଜର ସବୁ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ନିଜର ଘୋଷଣାରେ ସଫା ଲେଖିଛନ୍ତି ଯେ, ଏହି ‘ମାନବତା ବିରୁଦ୍ଧରେ ଅପରାଧ’ର ସାକ୍ଷ୍ୟ କିମ୍ୱା ଭାଗିଦାରୀ ହେବାକୁ ଚାହୁଁ ନାହିଁ। ନିଜର ସବୁ ଦାୟିତ୍ୱ ଛାଡ଼ି ଦେଇଛି , ଯାହାକି ‘ନ୍ୟକ୍ଲିୟର ୱିଣ୍ଟର’କୁ ବହୁତ ବିଳମ୍ୱ ହେବା ପୂର୍ବରୁ ରୋକା ଯାଇ ପାରିବ। ଏହି ସମୟରେ ସଫା ଅଭିଯୋଗ କରିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ରର କିଛି ବରିଷ୍ଠ ଅଧିକାରୀ କୌଣସି ଶକ୍ତିଶାଳୀ ଲବିର ହିତ ପାଇଁ କାମ କରୁଛନ୍ତି , ହେଲେ ସଂଯୁକ୍ତ ରାଷ୍ଟ୍ର ମୂଳ ସିଦ୍ଧାନ୍ତ ପାଇଁ ନୁହେଁ।
ଏହି ସମୟରେ ସଫା ଅନ୍ତର୍ଜାତୀୟ ସଙ୍ଗଠନ (ଜାତିସଂଘ) ଉପରେ ଇରାନରେ ସମ୍ଭାବିତ ପରମାଣୁ ଅସ୍ତ୍ରର ବ୍ୟବହାରର ସ୍ଥିତି ପାଇଁ ପ୍ରସ୍ତୁତ କରିବାର ଗୁରୁତର ଅଭିଯୋଗ ଲାଗିଛି। ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ନିଜର ଇସ୍ତଫା ଘୋଷଣା କରିଛନ୍ତି ଏବଂ ଏକ ଚିଠି ମଧ୍ୟ ଜାରି କରିଛନ୍ତି,ଯେଉଁଥିରେ ସେ ନିଜର ନିଷ୍ପତ୍ତି କାରଣ ଗୁଡ଼ିକୁ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ନିଜର ଚିଠିରେ ସଫା କହିଛି ଯେ, ସେ ଦୀର୍ଘ ଦିନରୁ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଦାବି କରିଛନ୍ତି ଯେ, ଜାତିସଂଘର କିଛି ବରିଷ୍ଠ ଅଧିକାରୀ ଏକ ଶକ୍ତିଶାଳୀ ଲବିର ହିତର ସେବା କରୁଛନ୍ତି ।
ତେହେରାନର ଫଟୋ ସହିତ ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, " ଆପଣଙ୍କ ଭଳି ଅନୁଭବହୀନ , କେବେବି ସାମରିକ ସେବା କରୁନାହଁ, ଯୁଦ୍ଧପ୍ରେମୀ ଯେଉଁମାନେ ବୋମା ବିସ୍ଫୋରଣ ଚିନ୍ତା କରି ଉତ୍ସାହିତ ହୁଅ, ସେମାନଙ୍କ ପାଇଁ ଏହା ଏକ ଖାଲି ମରୁଭୂମି ନୁହେଁ। ଏଠାରେ ପରିବାର, ପିଲା, ପାଳିତ ପଶୁ ଏବଂ ସ୍ୱପ୍ନ ଧରି ସାଧାରଣ କାମ କରୁଥିବା ଲୋକ ଅଛନ୍ତି । ଯୁଦ୍ଧ ପାଇଁ ତୁମର ଇଚ୍ଛା ଏକ ରୋଗ।
I don't think people understand the gravity of the situation as the UN is preparing for possible nuclear weapon use in Iran.
— Mohamad Safa (@mhdksafa) March 29, 2026
This is a picture of Tehran. For you uneducated, untraveled, never-served, warhawks licking your chops at the thought of bombing it. It's not some low… pic.twitter.com/BnzB4F3001
ସଫା ଏହା ମଧ୍ୟ କହିଛନ୍ତି , ସେ ୨୦୨୩ରୁ ହିଁ ଇସ୍ତଫା ଦେବାକୁ ଚାହୁଁ ଥିଲେ ଏବଂ ତିନି ବର୍ଷ ଯାଏ ଧୈର୍ଯ୍ୟ ଜାରି ରଖି ଥିଲେ। ସେ ସାରା ଦୁନିଆରେ ଚାଲୁ ଥିବା ସଂଘର୍ଷର ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ରର କିଛି ଅଧିକାରୀ ଇସ୍ରାଏଲ ଓ ଆମେରିକା ଉପରେ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନର ଅଭିଯୋଗ କରିବାରୁ ନିବୃତ୍ତ ରହୁଛନ୍ତି।