ଭୁବନେଶ୍ଵର, ୧୫/୦୭ : କିଛି ଲୋକ ଅଛନ୍ତି, ଯେଉଁମାନେ ହୃଦୟ ଦେଇ ଭଲ ପାଆନ୍ତି। ମନ ପ୍ରାଣ ଦେଇ ସମ୍ପର୍କ ନିଭାନ୍ତି। ତଥାପି ଏମାନଙ୍କ ଭାଗ୍ୟରେ ସଚ୍ଚୋଟ ପ୍ରେମ ନଥାଏ। ସେମାନଙ୍କୁ ପ୍ରେମ ବଦଳରେ ଧୋକା ମିଳେ। ପାର୍ଟନର ସେମାନଙ୍କୁ ଏକା କରି ଚାଲିଯାଆନ୍ତି। ତେଣୁ ଏମାନଙ୍କ ପ୍ରେମ କାହାଣୀ ସବୁଦିନ ପାଇଁ ଅଧୁରା ରହିଯାଏ। ପ୍ୟାର୍ ମାମଲାରେ ଏମାନେ ସର୍ବଦା ଅନଲକି। ତେବେ ଏମାନଙ୍କ ଭିତରେ ଆପଣ ନାହାଁନ୍ତି ତ ? ଜାଣନ୍ତୁ ଏନେଇ କଣ କହୁଛି ଅଙ୍କ ଜ୍ୟୋତିଷ...
ଅଙ୍କ ଜ୍ୟୋତିଷ ଅନୁସାରେ, ଆପଣଙ୍କ ପ୍ରେମ ସଫଳ ହେବ ନା ବିଫଳ ହେବ ତାହା ଜାଣିପାରିବେ। ଜନ୍ମ ତାରିଖ ବା ମୂଳାଙ୍କ ହିସାବରେ ଏସବୁ ପୂର୍ବ ନିର୍ଦ୍ଧାରିତ ଥାଏ। ପ୍ରାୟତଃ ୨ ଏବଂ ୭ ମୂଳାଙ୍କ ଥିବା ବ୍ୟକ୍ତି ପ୍ରେମରେ ବିଫଳ ହୁଅନ୍ତି। ଏମାନଙ୍କ ସ୍ଵଭାବ କାରଣରୁ ଲଭ୍ ଲାଇଫ୍ କଠିନ ପରିସ୍ଥିତି ଦେଇ ଗତି କରେ। ଯେଉଁ ବ୍ୟକ୍ତିଙ୍କ ଜନ୍ମ କୌଣସି ମାସର ୨, ୧୧, ୨୦ ଏବଂ ୨୯ ତାରିଖରେ ହୋଇଥାଏ ସେମାନଙ୍କ ମୂଳାଙ୍କ ୨ ହୋଇଥାଏ। ଏହି ଲୋକମାନଙ୍କ ସ୍ଵାମୀ ଗ୍ରହ ଚନ୍ଦ୍ରମା ହୋଇଥାନ୍ତି। ଚନ୍ଦ୍ର ଗ୍ରହର ପ୍ରଭାବ କାରଣରୁ ଏମାନେ ଶାନ୍ତ ଏବଂ ଭାବୁକ ସ୍ଵଭାବର ହୋଇଥାନ୍ତି। ଏମାନେ ପାର୍ଟନରଙ୍କୁ ନେଇ ଯତ୍ନଶୀଳ ଏବଂ ସମର୍ପିତ ଥାଆନ୍ତି। ଅଧିକ ଯତ୍ନଶୀଳ ହୋଇଥିବାରୁ ଛୋଟ ଛୋଟ କଥାରେ ବାରଣ କରନ୍ତି। ଏଥିପାଇଁ ସମ୍ପର୍କ ଦୁର୍ବଳ ହୋଇଯାଏ। ଏହି ବ୍ୟବହାର ଯୋଗୁଁ ପାର୍ଟନର ବନ୍ଦୀ ହୋଇ ରହିଲା ଭଳି ଅନୁଭବ କରନ୍ତି। ଏହି ସମ୍ପର୍କରୁ ମୁକ୍ତ ହେବାକୁ ଚାହାଁନ୍ତି। ତେଣୁ ଏହି ମୂଳାଙ୍କର ବ୍ୟକ୍ତି ସମ୍ପର୍କ ବଞ୍ଚାଇବାକୁ ଏହି ସ୍ଵଭାବ ବଦଳାଇବା ଉଚିତ୍।
ଆହୁରି ପଢନ୍ତୁ- ଅପହରଣ ହୋଇଥିଲା ଝିଅ, ପୁଲିସ ପାରିଲାନି... ରାକ୍ଷସଙ୍କ ଠୁ ଝିଅକୁ ଛଡ଼ାଇ ଆଣିଲେ ବାପା
ସେହିପରି କୌଣସି ମାସର ୭, ୧୬ ଏବଂ ୨୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୭ ହୋଇଥାଏ। ଏମାନଙ୍କ ସ୍ଵାମୀ ଗ୍ରହ କେତୁ ହୋଇଥାନ୍ତି। କେତୁଙ୍କ ପ୍ରଭାବରେ ଏହି ବ୍ୟକ୍ତିଙ୍କ ସ୍ଵଭାବ ରହସ୍ୟମୟ ହୋଇଥାଏ। ତେଣୁ ସମ୍ପର୍କ ଭାଙ୍ଗିଯାଏ। ପ୍ୟାର ମାମଲାରେ ଏମାନେ ଅନଲକି ହୋଇଥାନ୍ତି। ମନରେ ସବୁକିଛି ଚାପିବା ଯୋଗୁଁ ପାର୍ଟନର ଏମାନଙ୍କୁ ଛାଡ଼ି ଚାଲିଯାଆନ୍ତି। ଏମାନେ ପାର୍ଟନର ଭିତରେ ସବୁବେଳେ ପରଫେକ୍ସନ ଖୋଜନ୍ତି। ଏହି କାରଣରୁ ସେମାନଙ୍କ ମଧ୍ୟରେ ଦୂରତା ବଢେ। ସମ୍ପର୍କ ବଞ୍ଚାଇବା ପାଇଁ ଏମାନଙ୍କୁ ପାର୍ଟନର ସହ ମନ ଖୋଲି କଥା ହେବା ଉଚିତ୍।
ଏଠାରେ ଦିଆଯାଇଥିବା ସୂଚନା ଅଙ୍କ ଜ୍ୟୋତିଷ ଉପରେ ଆଧାରିତ।