PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

‘ସ୍ଲମ୍‌ଡଗ୍‌ ମିଲେନିୟର୍‌’ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ନୁସରତ, ଲୁକ୍‌ ପାଇଁ ପାଇଲେନି ସୁଯୋଗ

ନୂଆଦିଲ୍ଲୀ ୨୭/୦୫: ଧୀରେ ଧୀରେ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ନୁସରତ ଭରୁଚା । ‘ପ୍ୟାର୍‌ କା ପଞ୍ଚନାମା’ ଓ ‘ସୋନୁ କେ ଟିଟୁ କି ସ୍ୱିଟି’ ଭଳି ଫିଲ୍ମ ଜରିଆରେ ନିଜ ଅଭିନୟ ପ୍ରତିଭା ଦର୍ଶକଙ୍କ ସାମ୍ନାକୁ ଆଣିଥିବା ଏହି ନାୟିକା ଏବେ ଶୀର୍ଷ ଅଭିନେତ୍ରୀଙ୍କୁ ଚ୍ୟାଲେଞ୍ଜ୍‌ ଦେଉଛନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ହଲିଉଡ୍‌ ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲେନିୟର’ରେ ଲତିକା ଭୂମିକା ପାଇଁ ତାଙ୍କୁ ଚୟନ କରାଯାଇଥିଲା । କିନ୍ତୁ ପରେ ନିର୍ମାତା ତାଙ୍କୁ ରିଜେକ୍ଟ କରିଦେଇଥିଲେ ।

ଏକ ସାକ୍ଷାତକାରରେ ନୁସରତ କହିଥିଲେ ଯେ ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲେନିୟର୍‌’ ପାଇଁ ସେ ଅଡିଶନ୍‌ ଦେଇଥିଲେ । କିନ୍ତୁ ତାଙ୍କ ଲୁକ୍‌ ପାଇଁ ଫିଲ୍ମରେ ସେ ସୁଯୋଗ ପାଇଲେ ନାହିଁ । ନିର୍ମାତା ପ୍ରଥମେ ତାଙ୍କୁ ପସନ୍ଦ କରିଥିଲେ ହେଁ, ପରେ କୌଣସି କାରଣ ଯୋଗୁ ରିଜେକ୍ଟ କରିଦେଲେ । ସେ ଜାଣିବାକୁ ପାଇଲେ, ନିର୍ମାତାଙ୍କୁ ଲାଗିଲା ଯେ ଜଣେ ଗରିବ ଝିଅ ଭୂମିକାରେ ନୁସରତ ଫିଟ୍‌ ହେବେ ନାହିଁ । ଲତିକା ଚରିତ୍ରରେ ସେ ସେମାନଙ୍କ ଆଖିକୁ ପର୍‌ଫେକ୍ଟ ଲାଗିଲେ ନାହିଁ । ବସ୍ତି ଝିଅ ଭୂମିକାକୁ ପରଦାରେ ସେ ଭଲଭାବେ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ନିର୍ମାତାଙ୍କର ଆଶଙ୍କା ହେଲା । ତେଣୁ ତାଙ୍କୁ ଫିଲ୍ମରେ ନିଆଗଲା ନାହିଁ ।

ବଲିଉଡ୍‌ ସମେତ କିଛି ସାଉଥ୍‌ ଫିଲ୍ମରେ ନୁସରତ ନିଜର ଅଭିନୟ ଦକ୍ଷତା ଦେଖାଇଛନ୍ତି । ୨୦୨୧ରେ ମୁକ୍ତିପ୍ରାପ୍ତ ହରର୍‌ ଡ୍ରାମା ଫିଲ୍ମ ‘ଛୋରୀ’ର ସଫଳତା ପରେ ଏହାର ସିକ୍ୱେଲ ସହିତ ସେ ପୁଣି ଥରେ ପରଦାକୁ ଓହ୍ଲାଇବେ । ଫିଲ୍ମର ସୁଟିଂ ଶେଷ ହୋଇଛି । ୨୦୧୭ ମସିହାର ମରାଠୀ ହରର୍‌ ଫିଲ୍ମ ‘ଲାପାଛପି’ର ରିମେକ୍‌ ‘ଛୋରୀ’ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହୋଇଥିଲା । ସିଜନ୍‌-୨ ମଧ୍ୟ ଏଥିରେ ମୁକ୍ତିଲାଭ କରିବ ।