ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା : ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ

Published By : Suraj Kumar | June 30, 2025 11:19 PM

ଭୁବନେଶ୍ବର, ୩୦।୬ : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ସମୂହ ଛୁଟିରେ ଯିବେ ସମସ୍ତ ଓଏଏସ ଅଧକାରୀ। ଏନେଇ ବୈଠକରେ ଓଏଏସ ସଂଘ ନିଷ୍ପତ୍ତି ନେଇଛି ।

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଓଏଏସ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଆକ୍ରମଣକାରୀମାନଙ୍କୁ ଗିରଫ ପାଇଁ  ଦାବି କରିଥିଲା ଓଏଏସ ସଂଘ। ଏହା ସହ ଯଦି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନହୁଏ ତେବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। 

ବୈଠକରେ ସଂଘର ସଭାପତି ଜ୍ୟୋତି ରଞ୍ଜନ ମିଶ୍ର କହିଥିଲେ ଅଧିକାରୀମାନେ ଜନ ସାଧାରଣଙ୍କ ପାଇଁ କାମ କରୁଛନ୍ତି। ସମାଜ ପାଇଁ କାର୍ଯ୍ୟ କରୁଛନ୍ତି । ସର୍ବଦା ସରକାରଙ୍କ ଆଭିମୁଖ୍ୟ ଅନୁସାରେ କାମ କରିଛନ୍ତି। ହେଲେ ଏଭଳି ଘଟଣା ଖୁବ୍ ନିନ୍ଦନୀୟ। ଆଗାମୀ ଦିନରେ ଯଦି ଏଭଳି ଘଟିବ ତାହେଲେ ସମାଜ ପ୍ରତି କଣ ରହିବ ?  ବିଏମସି ଭଳି ଅତ୍ୟାଧୁନିକ ଅଫିସରେ ଏମିତି ଘଟଣା ସାଙ୍ଘାତିକ। ଏହା ସହ ସେ ସରକାରଙ୍କ ନିକଟରେ ତିନିଟି ଦାବି କରିଥିଲେ। ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ, ଯେଉଁମାନେ କରାଇଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ପାଇଁ ଦାବି କରିଥିଲେ।

ସୂଚନାଯୋଗ୍ୟ ସୋମବାର  ବିଏମ୍‌ସି ଅଫିସ୍ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ।  ଜଣେ କର୍ପୋରେଟଙ୍କ ୫ରୁ ୬ ଜଣ ସହଯୋଗୀ ହଠାତ୍ ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାଡ଼ ମାରିଥିଲେ।  ଏହି ନେଇ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭ ଯାଞ୍ଚ କରିଥିଲା। ପରବର୍ତ୍ତି ସମୟରେ ଅତିରିକ୍ତ କମିଶନର ଏ ନେଇ ଖାରବେଳ ଥାନାରେ ସମ୍ପୃକ୍ତ କର୍ପୋରେଟର ଓ ତାଙ୍କ ସମର୍ଥକଙ୍କ ବିରୋଧରେ  ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ଖାରବେଳ ପୁଲିସ କର୍ପୋରେଟର ଜୀବନ ରାଉତ ଏବଂ ତାଙ୍କ ସର୍ମଥକ  ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.