PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ରେଜଲ୍ଟ: ତେଜସ୍ୱିନୀ ବେହେରା ଟପ୍ପର

ଭୁବନେଶ୍ୱର ୭/୧୦:  ତେଜସ୍ୱିନୀ ବେହେରା ଓଏଏସ୍ ଟପ୍ପର ।  ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୦-୨୧ ରେଜଲ୍ଟ ପ୍ରକାଶ ପାଇଛି । ମୋଟ୍ ୩୯୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୪୪ ଛାତ୍ର ଥିବାବେଳେ ୧୪୮ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ସ୍ଥାନରେ ତେଜସ୍ୱିନୀ ବେହେରା ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଶୁଭଙ୍କରୀ ସୁଦେଷ୍ଣା ଦାଶ ।

ସେହିଭଳି ତୃତୀୟ ସ୍ଥାନରେ ରହିଛନ୍ତି ଅନନ୍ୟା ସିୃଷ୍ଟି ଶତପଥୀ ।  ଚତୁର୍ଥ ସ୍ଥାନରେ ଦେବବ୍ରତ କର, ୫ମ ସ୍ଥାନରେ ଦେବବ୍ରତ ମହାରଣା, ୬ଷ୍ଠରେ ଅଭିସ୍ମିତା ତେୱାରୀ, ୭ମରେ ଶୁଭଶ୍ରୀ ରଥ, ୮ମ ସ୍ଥାନରେ ରହିଛନ୍ତି ଶ୍ରୀତପ ମିଶ୍ର । ନବମ ସ୍ଥାନରେ ବିବେକାନନ୍ଦ ଷଡଙ୍ଗୀ ରହିଥିବାବେଳେ ଦଶମ ସ୍ଥାନରେ ଅଛନ୍ତି ତପ୍ତି ରାଜ୍ ।