PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସ୍କୁଲରେ ସଂସ୍କୃତ ଶ୍ଳୋକ, ହିନ୍ଦୀ ପ୍ରାର୍ଥନା ବୋଲାଯିବା ଉପରେ ଆପତ୍ତି: ସାମ୍ବିଧାନିକ ଖଣ୍ଡପୀଠ କରିବେ ବିଚାର

source:www.youtube.com

ନୂଆଦିଲ୍ଲୀ: ସ୍କୁଲଗୁଡିକରେ ସଂସ୍କୃତ ଶ୍ଲୋକ ଏବଂ ହିନ୍ଦୀ ପ୍ରାର୍ଥନା ବୋଲାଯିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରାଯାଇଛି । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି କି ଏହି ଆବେଦନ ଉପରେ ସାମ୍ବିଧାନିକ ଖଣ୍ଡପୀଠ ବିଚାର କରିବା ଉଚିତ୍‌ । ବିଚାରପତି ଆର ଏଫ ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିକଟକୁ ପଠାଇଛନ୍ତି ଏବଂ ଏହା ଉପରେ ଶୁଣାଣି କରିବାକୁ ଉପଯୁକ୍ତ ଖଣ୍ଡପୀଠ ଗଠନ କରିବାକୁ ନିବେଦନ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ପ୍ରତିଦିନ ସକାଳ ପ୍ରାର୍ଥନାରେ ସଂସ୍କୃତ ଶ୍ଲୋକ ବୋଲାଯିବାକୁ ବିରୋଧ କରି ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସେ ଦର୍ଶାଇଥିଲେ କି ସ୍କୁଲଗୁଡିକରେ ସଂସ୍କୃତ ଶ୍ଲୋକ ଏବଂ ହିନ୍ଦୀ ପ୍ରାର୍ଥନା ବୋଲାଯାଇ ଏକପ୍ରକାର ହିନ୍ଦୁ ଧର୍ମର ପ୍ରଚାର କରାଯାଉଛି । ଏହା ସମ୍ବିଧାନର ଧାରା ୧୯ ଏବଂ ୨୮(କ)ର ଉଲ୍ଲଂଘନ କରୁଛି । ସମ୍ବିଧାନରେ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲଗୁଡିକରେ ଧାର୍ମିକ ଶିକ୍ଷା ଦେବାକୁ ବାରଣ କରାଯାଇଛି । ତା’ଛଡା ଏଭଳି ମନ୍ତ୍ର ବୋଲାଯାଇ ପିଲାମାନଙ୍କୁ ବିଜ୍ଞାନ ଭିତ୍ତିକ ଚିନ୍ତାଧାରା ଯୁକ୍ତ କରିବା ବଦଳରେ ଭାଗ୍ୟବାଦୀ କରାଯାଉଛି ।
ଏହାର ଜବାବରେ କେନ୍ଦ୍ର ସରକାର ଦର୍ଶାଇଥିଲେ କି ସ୍କୁଲରେ ‘ଅସତୋ ମା’ ସଦଗମୟ’ ବୋଲାଯିବା ଦ୍ୱାରା କୌଣସି ପ୍ରକାର ସାମ୍ବିଧାନିକ ନିୟମର ଉଲ୍ଲଂଘନ ହେଉନାହିଁ । ଏହା ମାଧ୍ୟମରେ ହିନ୍ଦୁ ଧର୍ମର ପ୍ରସାର କରାଯାଉଛି ବୋଲି କୁହାଯିବା ଠିକ୍‌ ନୁହେଁ । ଏହି ଶ୍ଲୋକରେ ଯାହା କୁହାଯାଇଛି ବିଶ୍ୱର ସବୁ ଧର୍ମରେ ସେହି କଥା କୁହାଯାଉଛି । ଖ୍ରୀଷ୍ଟିୟାନ ସ୍କୁଲଗୁଡିକରେ ବି ପିଲାମାନଙ୍କୁ ‘ଅନେଷ୍ଟି ଇଜ୍‌ ଦି ବେଷ୍ଟ ପଲିସି’ ବୋଲି ଶିକ୍ଷା ଦିଆଯାଉଛି । ଏହାଦ୍ୱାରା କ’ଣ ଖ୍ରୀଷ୍ଟିୟାନ ଧର୍ମର ପ୍ରଚାର କରାଯାଉଛି ବୋଲି କୁହାଯିବ? ଏହାପରେ ବିଚାରପତି ନରିମାନ କହିଥିଲେ କି ‘ଅସତୋ ମା’ ସଦଗମୟ’ ଶ୍ଲୋକ ସିଧାସଳଖ ଉପନିଷଦରୁ ଆସିଛି । ଏହାର ଜବାବରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ କି ସୁପ୍ରିମକୋର୍ଟଙ୍କ ଲୋଗୋରେ ବି ଗୀତାର ଏକ ପଂକ୍ତି ‘ୟତୋ ଧର୍ମସ ତତୋ ଜୟ’ ଲେଖାଯାଇଛି । ଏହାକୁ କ’ଣ ଧାର୍ମିକ ନୀତିର ପ୍ରସାର ବୋଲି ମନେ କରାଯିବ?

ସମ୍ବନ୍ଧିତ ଖବର