PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ହସିନ ଜାହାନଙ୍କ ବିରୋଧରେ ଅଶ୍ଲୀଳ ପୋଷ୍ଟ ମାମଲା, ସମସ୍ତ ପୋଷ୍ଟ ତୁରନ୍ତ ହଟାଇବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋଲକାତା,୧୯/୧୧: ଭାରତୀୟ ଷ୍ଟାର କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନଙ୍କର ଅଶ୍ଲୀଳ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ସେହି ପୋଷ୍ଟକୁ ନେଇ କୋଲକାତା ହାଇକୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମସ୍ତ ପୋଷ୍ଟ ତୁରନ୍ତ ହଟା ଯିବା ଦରକାର ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌ । ହାଇକାର୍ଟର ଜଷ୍ଟିସ ରାଜଶେଖର ମନ୍ଥା ଲାଲବଜାର ସାଇବର କ୍ରାଇମ ବିଭାଗକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଭାରତୀୟ କ୍ରିକେଟ୍‌ ଦଳର ଅନ୍ୟତମ ସଦସ୍ୟ ମହମ୍ମଦ ଶାମି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇଛନ୍ତି । ଏହାକୁ ଭିତ୍ତି କରି ତାଙ୍କ ପତ୍ନୀ ହସିନ ଜାହାନ ମଧ୍ୟ ଏକ ଭିନ୍ନ ମତ ପ୍ରକାଶ କରିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି । ଏହାପୂର୍ବରୁ, ସେମାନେ ଅଲଗା ହୋଇଥିଲେ । ଶାମି ଭାରତୀୟ ଦଳର ଷ୍ଟାର କ୍ରିକେଟର । ଫଳସ୍ୱରୂପ, ତାଙ୍କ ଅନୁଗାମୀମାନେ ହସିନ ଜାହାନଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅଶ୍ଳୀଳ ମନ୍ତବ୍ୟ, ଧମକ ଏବଂ ଅଶ୍ଳୀଳତା ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ହସିନ ଅଭିଯୋଗ ହୋଇଛି ।

ସେ ଆହୁରି ମଧ୍ୟ ଅଭିଯାଗ କରିଛନ୍ତି ଯେ ହସିନ ଜାହାନ ଏବଂ ତାଙ୍କ ନାବାଳିକା ଝିଅକୁ ରାସ୍ତାରେ ଧମକ ଦିଆଯାଇଥିଲା । ନିରୁପାୟ ହସିନ୍‌ ଜାହାନ ଲାଲବଜାର ସାଇବର କ୍ରାଇମ ବିଭାଗ ନିକଟକୁ ଯାଇଥିଲେ । ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ହସିନ୍‌ ଜାହାନ ଶେଷରେ କୋଲକାତା ହାଇକୋର୍ଟକୁ ଯାଇଥିଲେ । ଗୁରୁବାର ଦିନ ଏହି ମାମଲାର ଶୁଣାଣିରେ ଓକିଲ ଆଶିଷ କୁମାର ଚୌଧୁରୀ କହିଛନ୍ତି, ହସିନ ଜାହାନ ଜଣେ ଅଭିନେତ୍ରୀ ଏବଂ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଏଭଳି ପୋଷ୍ଟ ସାଇବର ଆକ୍ଟ ଏବଂ ସୂଚନାଧାରା ୬୬ ଏବଂ ୬୬ ଏ ଧାରାରେ ଅପରାଧ ଯୋଗ୍ୟ ଏବଂ ମାନହାନୀ ସାମିଲ । ଓକିଲ ଅଭିଯୋଗ କରିଛନ୍ତି, ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌, ଯାହା ସେମାନେ କରିନାହାଁନ୍ତି ।

ସମ୍ବନ୍ଧିତ ଖବର