ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ

ଭୁବନେଶ୍ୱର ୨୨/୧: ଓଡ଼ିଆ ଟେଲି ଜଗତର ଜଣାଶୁଣା ଅଭିନେତା ସୋମଦତ୍ତ ଦାଶ (ଲିଟୁ)ଙ୍କ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ସେ ଏକଧିକ ଓଡିଆ ଧାରାବାହିକରେ ଅଭିନୟ କରଛନ୍ତି। ତାଙ୍କର ଏ ଅକାଳ ମୃତ୍ୟୁର ଖବର ପାଇ ସହିଦ ନଗର ବାସ ଭବନରେ କଳାକର ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଏନେଇ ଅଭିନେତା ଶ୍ରୀତମ ଦାସ ଟୁଇଟରରେ ସୂଚନା ଦେଇଛନ୍ତି।

ସେ ଅନେକ ଓଡ଼ିଆ ଧାରାବାହିକ, ଆଲବମ୍ ଏବଂ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ‘ଦାମିନି’, ‘ସିନ୍ଦୂର ବିନ୍ଦୁ’, ‘ଦୁହିତା’, ‘ଦେବୀ’, ‘ଦାସୀ’ ଭଳି ୧୫ରୁ ଅଧିକ ମେଗା ଧାରାବାହିକରେ ଅଭିନୟ ସହ ‘ଅଜବ ସଞ୍ଜୁର ଗଜବ ଲଭ୍’ ସିନେମାରେ ଅଭିନୟ କରିଥିଲେ ।
କିଛି ଦିନ ପୂର୍ବରୁ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିଲା। ଏବେ ସୋମଦତ୍ତଙ୍କ ବିୟୋଗରେ ଓଲିଉଡ୍ କଳାକାର ଭାଙ୍ଗି ପଡିଛନ୍ତି।