PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ବିଶ୍ୱକୁ ମହୌଷଧି ଦାନ କଲେ ଓଡ଼ିଆ ଡାକ୍ତର, ଷ୍ଟେଜ୍‌-୩ କ୍ୟାନସରରୁ ବି ମିଳିବ ଆରୋଗ୍ୟ

ଭୁବନେଶ୍ୱର,୨୮/୦୬: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିଶ୍ୱ ଦରବାରରେ ଓଡ଼ିଆ ପୁଅ ଗର୍ବ ଓ ଗୌରବ ଆଣିଛନ୍ତି । ସ୍ତନ କର୍କଟ ରୋଗ ପାଇଁ ପ୍ରସ୍ତୁତ କରିଛନ୍ତି ମହୌଷଧି । ସେ ହେଉଛନ୍ତି ଓଡ଼ିଆ ବୈଜ୍ଞାନିକ ସନ୍ଦୀପ ମିଶ୍ର । ଏହି ଔଷଧରେ ଷ୍ଟେଜ୍‌-୩ କର୍କଟ ରୋଗୀ ବି ଭଲ ହୋଇପାରିବ ।

ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)ରେ କାର୍ଯ୍ୟରତ ଡା. ମିଶ୍ର କହିଛନ୍ତି, ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‌ ଉଦ୍ଭାବନ କରାଯାଇଛି । ଏହା ସ୍ତନ କର୍କଟ ରୋଗର ନିଦାନ ଓ ଚିକିତ୍ସାକ୍ଷେତ୍ରରେ ସଫଳତା ଦେବ । ଏହା ମାନବ ପରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପାଇଛି ।

ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚାଲିଥିଲା । ଭାରତ ସରକାରଙ୍କ ବାୟୋଟେକ୍‌ ବିଭାଗ, ବାଇରାକ୍‌ ପକ୍ଷରୁ ଗବେଷଣା ପାଣ୍ଠି ଯୋଗାଇ ଦେଇଛି । ଲ୍ୟାବରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଆସନ୍ତା ୨-୩ ବର୍ଷ ଭିତରେ ବଜାରରେ ଏହି ଔଷଧ କମ୍‌ ମୂଲ୍ୟରେ ଉପଲବ୍ଧ ହେବ । ଏ ସମ୍ପର୍କରେ ନେଚର୍‌ ଗ୍ରୁପ୍‌ ଅଫ୍‌ ଜର୍ଣ୍ଣାଲ ଏବଂ ଅନ୍ୟ ଖ୍ୟାତନାମା ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି ।