ପାତ୍ରପୁର,୨୧।୫ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ  ଜରଡା ଥାନା ଅଧୀନ ଅଞ୍ଚଳରୁ  ଦାଦନ ଖଟିବାକୁ ଦୁବାଇ ଯାଇଥିବା  ଜଣେ ଶ୍ରମିକଙ୍କ  ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ଗୁଣ୍ଡୁରା ପଂଚାୟତ କଇଠା ଗ୍ରାମର ଭୁବନା ଦାସ (୨୪ ) । 

ଭୁବନା ଏଗାର ମାସ ତଳେ କାମ କରିବାକୁ  ଦୁବାଇ ଯାଇଥିଲେ। ଜବର  ସହରର ଏକ କାରଖାନାରେ ଫାଇବର ୱେଡର  ଭାବେ କାମ କରୁଥିଲେ ।  ତେବେ ମଙ୍ଗଳବାର ସେ ରହୁଥିବା ଘରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଏହା ତାଙ୍କ ବନ୍ଧୁମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଥିବା ବେଳେ  ବୁଧବାର  ଭୋର ସମୟରେ ତାଙ୍କରି ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ସମ୍ପର୍କ ରେ କମ୍ପାନୀ ପକ୍ଷରୁ ପରିବାରକୁ ଖବର ଦିଆ ଯାଇଥିଲା।  ଗୁରୁବାର ତାଙ୍କ ମର ଶରୀର ଗାଁ କୁ ଆସିବ ବୋଲି ଜଣାପଡିଛି। ତେବେ ସେ ଜଣେ ଗରିବ ପରିବାରର ହୋଇଥିବା ବେଳେ ତାଙ୍କର ଚାରି ଭଉଣୀ ମଧ୍ୟରୁ ଦୁଇ ଭଉଣୀ ବିବାହ ହୋଇଛି।  ତାଙ୍କ ବାପା ଯୁଗଳ ଦାସଙ୍କ  ବହୁ ବର୍ଷେ ମୃତ୍ୟୁ ହୋଇଯାଇଛି। ତେବେ ତାଙ୍କରି ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ି ଥିବା ବେଳେ ଗ୍ରାମ ତଥା ସାରା ଅଞ୍ଚଳରେ  ଶୋକର ଛାୟା ଖେଳି ଯାଇଛି।