ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଫିଲ୍ମ ଫ୍ରାଇଡେରେ ଓଡ଼ିଆ ସିନେମା ‘ସନାତନୀ’ ସହ ‘ମିଶିରି’ ରିଲିଜ୍, ମଲ୍ଟିପ୍ଲେକ୍ସରେ ହେବ ପ୍ରିମିୟର୍‌ ସୋ’

Published By : Prameya | February 7, 2025 10:19 AM

ଭୁବନେଶ୍ୱର,୦୭/୦୨: ଫ୍ରାଇଡେ ରିଲିଜ୍‌ ଅବସରରେ ଶୁକ୍ରବାର ଶୁଭମୁକ୍ତି କରୁଛି ୨ଟି ନୂଆ ଓଡ଼ିଆ ସିନେମା । ଗୋଟିଏ  ହେଲା, ବହୁ ପ୍ରତିକ୍ଷୀତ ‘ସନାତନୀ’ ଓ ଅନ୍ୟଟି  ‘ମିଶିରି’ । ଉଭୟ ସିନେମା ମୌଳିକ କାହାଣୀ  ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ଦ୍ୱୟ  ଦାବି କରିଛନ୍ତି । ତେବେ ‘ସନାତନୀ’ ରାଜ୍ୟର  ୨୨ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ ‘ମିଶିରି’ ପ୍ରଥମେ ୭ଟି ହଲ୍‌ରେ ରିଲିଜ୍‌ ହେବ । ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍‌ ହେବ । ଭୁବନେଶ୍ୱରର ମଲ୍ଟିପ୍ଲେକ୍ସ  ଓ କମ୍ପେ୍ଲକ୍ସରେ ସିନେମା ଦ୍ୱୟର କଳାକାରଙ୍କ  ସହ ପ୍ରିମିୟର୍‌ ସୋ’ ଅନୁଷ୍ଠିତ ହେବ ।  

ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବିଦିଶା  କ୍ରାଫ୍ଟ ବ୍ୟାନର୍‌ରେ ବରିଷ୍ଠ ପ୍ରଯୋଜକ ବିଜୟ  କାଣ୍ଡୋଇଙ୍କ ପ୍ରଯୋଜନାରେ ସିନେମାଟି ନିର୍ମାଣ ହୋଇଛି। ଏହାର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ  ନିର୍ଦ୍ଦେଶନା ଦେଇଛନ୍ତି ବାସୁଦେବ ବରାଡ଼ । ଫିଲ୍ମର ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି । ଗୀତ  ରଚନା ଡା. ନିର୍ମଳ ନାୟକ କରିଥିବା ବେଳେସଙ୍ଗୀତ ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର୍‌ । ଏହାର କାହାଣୀ ମୁଖ୍ୟତଃ ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ । ଏଥିରେ ଓଲିଉଡ୍‌ର ପରିଚିତ ନାୟକ ସମ୍ବିତଙ୍କୁ ଏକ ଭିନ୍ନ ଚରିତ୍ର  ଓ ଗେଟ୍‌ଅପ୍‌ରେ ଦର୍ଶକ ଦେଖିବାକୁ ପାଇବେ । ତାଙ୍କ ନାୟିକା ରହିଛନ୍ତି ଆର୍ଲିନ୍‌ ଅଙ୍କିତା । ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍‌, ଗୋପାଳ  ପ୍ରକାଶ ମହାନ୍ତି ଓ ବବ୍‌ଲୁ ପ୍ରମୁଖ ଅଭିନୟ  କରିଛନ୍ତି । ବହୁ ବାଦ-ବିବାଦ ପରେ ଶେଷରେ ସିନେମାଟି ମୁକ୍ତିପ୍ରାପ୍ତ କରୁଛି । ଆଶା, ଏହି  ସିନେମା ଧର୍ମ ନାଁରେ ବେପାର ଓ ଧର୍ମାନ୍ତୀକରଣ  ଉପରେ ପ୍ରଭାବ ପକାଇବ । ଅନେକଙ୍କ ଆଖି ଓ ମୁଖା ଖୋଲିବ । ତେଣୁ ହଲ୍‌ ଆସି ସିନେମା  ଦେଖିବା ସହ ମତାମତ ରଖିବାକୁ ପ୍ରଯୋଜନା  ସଂସ୍ଥା ପକ୍ଷରୁ ଦର୍ଶକଙ୍କୁ ନିବେଦନ କରାଯାଇଛି ।  

ସେହିପରି ନିର୍ମଲ୍‌ ଜୈସୱାଲ୍‌ ପ୍ରଡକ୍ସନ୍ସ,  ରିଲ୍ସ ଏନ୍‌ ରିଲ୍ସ ଏବଂ ଏଏ ଏଣ୍ଟର୍‌ଟେନ୍‌ମେଣ୍ଟ  ଦ୍ୱାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର "ମିଶିରି' ମଧ୍ୟ ମୁକ୍ତିଲାଭ କରୁଛି । ଏହା ଏକ ରୋମାଣ୍ଟିକ ଫିଲ୍ମ  ହୋଇଥିବାବେଳେ ନିଜର ହୃଦୟସ୍ପର୍ଶୀ କାହାଣୀ  ଦ୍ୱାରା ଏହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ।  ଫିଲ୍ମରେ ରୋମାଣ୍ଟିକ ରଙ୍ଗର ଛିଟା ସହିତ  କାହାଣୀରେ ବିଭିନ୍ନ ମୋଡ଼ରେ ଭରି ରହିଥବା ଟ୍ୱିଷ୍ଟ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିବ  ଏବଂ ଯୁବପିଢ଼ିଙ୍କୁ ବେଶି ପସନ୍ଦ ଆସିବ ବୋଲି  ସହ ପ୍ରଯୋଜକ ସ୍ଥିତ ପଟ୍ଟନାୟକ କହିଛନ୍ତି ।  

ପ୍ରଯୋଜକ ନିର୍ମଲ୍‌ ଜୈସୱାଲ୍‌ଙ୍କ ସହ ଆକାଂକ୍ଷା  ପାଢ଼ୀ, ଲେଖକ ଶିବା, ଦୁଇ ଜଣ ନିର୍ଦ୍ଦେଶକ  ଶିଶିର ଏବଂ ପିନାକୀ, ସଙ୍ଗୀତ ନିର୍ଦ୍ଦେଶକ  ଅଭିଷେକ, ଈଶାନ, କୌଶିକ, କଣ୍ଠଶିଳ୍ପୀ  କୁଲଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ, ସ୍ୱୟମ୍‌ ପାଢ଼ୀ, ପ୍ରଭାସ ଜେନା, ଅଭିନେତା  ଭିଭାସ, ପ୍ରସନ୍ନଜିତ୍‌, ଅଭିନେତ୍ରୀ ରୂପଶ୍ରୀ ଓ  ଅନ୍ୟମାନେ ହଲ୍‌ ଆସି ସିନେମା ଦେଖିବା ସହ  କଳାକାରଙ୍କୁ ଉତ୍ସାହିତ କରିବେ ଏବଂ ନିଜର  ଭଲପାଇବା ମାଧ୍ୟମରେ ଓଡ଼ିଆ ସିନେମାକୁ  ଆଗେଇ ନେବାକୁ ଅନୁରୋଧ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.