ଭୁବନେଶ୍ୱର,୧୯/୦୩: ବିଧାନସଭା ବଜେଟ୍ ଅଧିବେଶନ । ବୁଧବାର ବି ବେଶ୍ ସରଗରମ ହେବ ବିଧାନସଭା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ୭ ଦିନ ପାଇଁ ନିଲମ୍ବନ ହେବା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ଶାସକ ଦଳର ନୀତିକୁ ବିରୋଧ କରି କଂଗ୍ରେସ ପ୍ରତିବାଦ ଜାରି ରଖିଛି l
ସେପଟେ ଆଜି ବୁଧବାର କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମ୍ଏସଏମ୍ଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଯାହାକୁ ନେଇ ଗୃହ ବେଶ ଉଷ୍ମ ହୋଇପାରେ l