ସାହାଜପାଲ ,୨୮/୦୧: ଜାନୁଆରୀ ୨୮ ଅର୍ଥାତ୍ ଆଜି ଓଡିଶା ବନ୍ଦ। ସକାଳ ୬ଟାରୁ ଦିନ ୨ଟା ଯାଏ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଧାନମଣ୍ଡି ଅଚଳାବସ୍ତା, ପ୍ରଦୂଷଣ ସାର୍ଟିଫିକେଟ, ବିଜୁଳି ଟାରିଫକୁ ବିରୋଧ କରି ସରକାରଙ୍କୁ ଘେରିଛି ନବନିର୍ମାଣ କୃଷକ ସଂଗଠନ । ଯାହାର ପ୍ରଭାବ ବୌଦ୍ଧ ବ୍ଲକ ସାହାଜପାଲ ଛକରେ ଦେଖିବାକୁ ମିଳିଛି। ଦୋକାନ ବଜାରଠୁ ଆରମ୍ଭ କରି ଯାନବାହନ ଚଳାଚଳ ବନ୍ଦ ରହିଛି।
ଆହୁରି ପଢନ୍ତୁ-ବୁଧବାର ସକାଳ ୬ରୁ ଦିନ ୨ଟା ଓଡ଼ିଶା ବନ୍ଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ
ଗୋଟିଏ ପଟରେ ସରକାର ଚାଷୀଙ୍କ ଠାରୁ କୌଣସି ଧାନ କାଟିପାରିବେ ନାହିଁ ବୋଲି କହୁଛନ୍ତି। ଆଉ ଗୋଟିଏ ପଟରେ ମିଲର ଧାନ କଟନୀ ଛଟନୀ ନକଲେ ମଣ୍ଡିରୁ ଧାନ ନେଉନାହଁ। ସେହିପରି ଅଧା ଚାଷୀଙ୍କୁ ଟୋକନ ମିଳିଲେ, ଆଉ ଅଧାଙ୍କୁ ମିଳିନାହିଁ। ଏହି ଘଟଣାକୁ ନେଇ କଂଗ୍ରେସ ସଭାପତି ବିପିନ ଦୀପ, ବ୍ଲକ ସଭାପତି ଅଚ୍ୟୁତ କର୍ଣ୍ଣ, ଚାଷୀନବୀନ ମେହେର,ଚାଷୀ ଡମ୍ବରୁ ଧର ଜଗଦଳା, ଦଧିପାତ୍ର,ରାଜକିଶୋର ସାହୁ, ରଘୁନାଥ ସାହୁ, ଧର୍ମରାଜ ପ୍ରାଧାନ ଓ ସମସ୍ତ ଚାଷୀ ଉପସ୍ଥିତ ରହି ଶହ ଶହ ଯାନ ବାହାନ ଅଟକାଇ ରଖିଛନ୍ତି।