ଭୁବନେଶ୍ବର, ୧୧।୧ : ବିକଶିତ ଭାରତ ଗଠନରେ ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ। ରେୟାର ଆର୍ଥ କ୍ଷେତ୍ରରେ ସାରା ଦେଶର ହବ୍ ସାଜିବ ଓଡ଼ିଶା । ବିରଳ ମୃତ୍ତିକା ଉତ୍ପାଦନ ହବ ପାଲଟିବ ଓଡିଶା। ଇଲୁମିନାଇଟ, ମୋନୋ ଜାଇଟ, ରୁଟାଇଲ, ଜିରକମ, ସିଲୁମୁନେଟ, ଗାରନେଟ ଭଳି ବିରଳ ମୃତ୍ତିକା ଉତ୍ପାଦନର ଦେଶର ଅଗ୍ରଣି ରାଜ୍ୟ ହେବ ଓଡିଶା ।
ଓଡ଼ିଶାର ସମୁଦ୍ର କୂଳେ କୂଳେ ବାଲିରୁ ବାହାରୁଥିବା ମୂଲ୍ୟବାନ ଧାତୁ ଦେଶର ଟାଇଟାନିୟମ ପ୍ରସ୍ତୁତରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି। ଏହାକୁ ଆଧାର କରି ଓଡ଼ିଶାରେ ଟାଇଟାନିୟମ ପ୍ରୋସେସିଙ୍ଗରେ ୨୦ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି। ଟାଇଟାନିୟମ ଉତ୍ପାଦନ ଅଧିକ ହେଲେ ଓଡ଼ିଶା ଏରୋସ୍ପେସ, ମେଡ଼ିକାଲ ଉପକରଣ, କେମିକାଲ, ଅଟୋମୋବାଇଲ, ପ୍ରତିରକ୍ଷା ଶିଳ୍ପକୁ ବଳ ମିଳିବ। ବିରଳ ମୃତ୍ତିକା ଉତ୍ପାଦନ ହବ ପାଲଟିବ ଓଡିଶା। ଇଲୁମିନାଇଟ, ମୋନୋ ଜାଇଟ, ରୁଟାଇଲ, ଜିରକମ, ସିଲୁମୁନେଟ, ଗାରନେଟ ଭଳି ବିରଳ ମୃତ୍ତିକା ଉତ୍ପାଦନର ଦେଶର ଅଗ୍ରଣି ରାଜ୍ୟ ହେବ ଓଡିଶା। ୨୦୨୯ ସୁଦ୍ଧା ୧ ମିଲିୟନ ଟନ ଇଲୁମିନାଇଟ ଉତ୍ପାଦନ କରାଯିବ । ଏବେ ଭାରତ ବାର୍ଷିକ ୫ ଲକ୍ଷ ଟନ ଟିଟାନିମୟ ପିଗମେଣ୍ଟ ଆମଦାନି କରୁଛି। କାଜକିସ୍ଥାନର ଏକ କମ୍ପାନି ସହ ମିଶି ଟିଟାନିୟମ ସ୍ଲଗ ଉତ୍ପା ଦନ ପାଇଁ ଓଡିଶାର ଛତ୍ରପୁରରେ ଜାଗା ଚିହ୍ନଟ ହୋଇଛି। ଖୁବ ଶିଘ୍ର ପ୍ଲାଣ୍ଟକାମ ଆଗେଇବ । ଆସନ୍ତା ୨ବର୍ଷ ମଧ୍ୟରେ ଛତ୍ରପରରୁ ଟିଟାନିୟମ ପିଗମେଣ୍ଟ ଓ ଟିଟାନିୟମ ସ୍ପଞ୍ଜ ଉତ୍ପାଦନ ହେବ। ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଡପ୍ରସାଦ ଆଇଆରଇଏଲର ଖଣି କାର୍ଯ୍ୟକ୍ଷମ ହେବ । ୨୦୨୯-୩୦ ସୁଦ୍ଧା ୨୬୦୦ ମେଟ୍ରିକ ଟନ ଏନଡିପିଆର ଅକସାଇଟ ଉତ୍ପାଦନ ଲକ୍ଷ୍ୟ ରଖିଛି ଇଣ୍ଡିଆନ ରେଆର ଆର୍ଥ ଲିମିଟେଡ । ଇଣ୍ଡିଆନ ରେୟାର ଆର୍ଥ କମ୍ପାନୀ ଏ ଦିଗରେ ଜୋରଦାର କାମ କରୁଛି, ନୂଆ ଖଣି ହାତକୁ ନେଇଛି ବୋଲି , ଆଇଆରଇଏଲ୍ ସିଏମ୍ଡ଼ି ସାରଦା ଭୂଷଣ ମହାନ୍ତି କହିଛନ୍ତି।
ଭାରତ ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରାଳୟ ଅଧିନରେ ଥିବା ଇଣ୍ଡିଆନ ରେୟାର ଆର୍ଥ ଗଞ୍ଜାମର ଛତ୍ରପୁରରେ କାରଖାନା କରି ଉପକୂଳ ବାଲିରୁ ବିଭିନ୍ନ ପ୍ରକାର ଧାତୁ ବାହାର କରିବା କାମରେ ଲାଗିଛି। ପୁରୀର ବ୍ରହ୍ମଗିରିରେ ଆଉ ଏକ ଖଣି ହାତକୁ ନେଇଛି ଆଇଆରଇଏଲ୍। ଏବେ ଚାଇନାରୁ ପ୍ରାୟ ବର୍ଷକୁ ୫ଲକ୍ଷ ଟନ୍ ଟାଇଟାନିୟମ ଆମଦାନୀ ହେଉଥିବାରୁ ଏ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାର ଅନେକ ସୁଯୋଗ ରହିଛି। ଏଥିରେ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଇଆରଇଏଲ୍ ସିଏମ୍ଡ଼ି କହିଛନ୍ତି। ବିକଶିତ ଭାରତ ୨୦୪୭ ଏବଂ ବିକଶିତ ଓଡ଼ିଶା ୨୦୩୬ ପାଇଁ ଓଡ଼ିଶାର ୫୭୦ କିଲୋମିଟରର ବିସ୍ତୀର୍ଣ୍ଣ ବେଳାଭୂମିର ବାଲିରେ ଥିବା ଅନେକ ମୂଲ୍ୟବାନ ଧାତୁ ଖୁବ୍ ସହାୟକ ହେବ ବୋଲି ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି।
ଟାଇଟାନିୟମ ସ୍ଲାଗ, ପିଗମେଣ୍ଟ, ସ୍ପଞ୍ଜ ଉତ୍ପାଦନ ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଛି। ଆଗାମୀ ୧୦ ବର୍ଷରେ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବାରେ ଓଡ଼ିଶାର ରେୟାର ଆର୍ଥ ସେକ୍ଟର ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି।