PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ପୂର୍ଣ୍ଣାଙ୍ଗ ବଜେଟ୍: କୃଷି ବିଭାଗ ପାଇଁ ୨୧,୧୬୬ କୋଟି ଟଙ୍କାର ବ୍ୟୟ ବରାଦ, ଜାଣନ୍ତୁ କେଉଁ ବିଭାଗକୁ କେତେ…

ଭୁବନେଶ୍ବର ୦୨/ ୦୭: ଓଡିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କା ଐତିହାସିକ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ବ୍ୟୟ ଅଟକଳ ମଧ୍ୟରୁ ରାଜ୍ୟସ୍ବ ପ୍ରାପ୍ତିରୁ ୧ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଅନ୍ୟାନ୍ୟ ବାବଦରୁ ମିଳିଥିବା ୩୬ ହଜାର ୩୩ କୋଟି ଟଙ୍କା ବଜେଟ୍ ଅଟକଳ ହୋଇଛି ।

କେଉଁ ବିଭାଗ ପାଇଁ କେତେ ବ୍ୟୟ ଅଟକଳ:

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଏବଂ ବିଜୁ ପକ୍କା ଘର ଯୋଜନାର ସଂଯୋଜନାରେ ବର୍ଷ ୨୦୨୨-୨୩ ପାଇଁ ମୋଟ ୫୯୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି…

  • ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ପାଇଁ ୧୪, ୪୫୪ କୋଟି ଟଙ୍କା
  • ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭,୩୨୪ କୋଟି ଟଙ୍କା
  • ପୂର୍ତ୍ତ ବିଭାଗ ପାଇଁ ୮୩୮୩ କୋଟି ଟଙ୍କା
  • ବୃହତ ଜଳସେଚନ ପ୍ରକଳ୍ପ ପାଇଁ ୧୦,୭୫୯ କୋଟି ଟଙ୍କା
  • ନିର୍ମାଣାଧୀନ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ୪୦୮୫ କୋଟି ଟଙ୍କା
  • କୃଷି ବିଭାଗ ପାଇଁ ୨୧,୧୬୬ କୋଟି ଟଙ୍କା
  • ବିପର୍ଯ୍ୟୟ ପରିଚାଳନା ପାଇଁ ୩ ହଜାର ୬୧ କୋଟି
  • ଆଭ୍ୟନ୍ତରୀଣ ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ ପାଇଁ ୭୫୫୧ କୋଟି ଟଙ୍କା
  • ଜଙ୍ଗଲ ବିଭାଗ ପାଇଁ ୨୨୧୭ କୋଟି ଟଙ୍କା
  • ମତ୍ସ୍ୟ ଓ ପଶୁପାଳନ ପାଇଁ ୧୬୫୮ କୋଟି ଟଙ୍କା
  • ରାଜସ୍ବ ଓ ପଞ୍ଜିକରଣ ପ୍ରଶାସନ ବିଭାଗ ପାଇଁ ୧୫୧୧ କୋଟି
  • ଶକ୍ତି ବିଭାଗ ପାଇଁ ୩୪୮୨ କୋଟି ଟଙ୍କା
  • କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା
  • ସ୍ବାସ୍ଥ୍ୟ ବିଭାଗ ପାଇଁ ୧୨୬୨୪ କୋଟି ଟଙ୍କା
  • ସଡ଼କ ବିକାଶ କାର୍ଯ୍ୟକ୍ରମରେ ୨, ୫୪୫ କୋଟି
  • ବିଜୁ ସେତୁ ଯୋଜନା ପାଇଁ ୧, ୬୮୮ କୋଟି
  • SDRF ପାଇଁ ୨,୨୪୬ କୋଟି ଟଙ୍କା
  • NDRF ପାଇଁ ଖର୍ଚ୍ଚ ହେବ ୯୬୪ କୋଟି
  • OUTR ଭିତ୍ତିଭୂମିର ବିକାଶ ପାଇଁ ୧୫୦୦ କୋଟି
  • ଧାର୍ମିକ କ୍ଷେତ୍ରରେ ବିକାଶ ପାଇଁ ୧୯୫୦ କୋଟି
  • ଅବଢ଼ା ଯୋଜନା ପାଇଁ ୧୩୨୫ କୋଟି
  • ଏକାମ୍ର ଓ ସମଲେଇ ପାଇଁ ୨୦୦କୋଟି ଟଙ୍କା ଲେଖାଏଁ ବ୍ୟବରାଦ
  • ଯୋଜନା ଓ ସଂଯୋଜନା ପାଇଁ ୩୦୩୫ କୋଟି
  • ସମଗ୍ର ଶିକ୍ଷାପାଇଁ ୩ ହଜାର ୫୮୧ କୋଟି
  • ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ଟଙ୍କା
  • ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି
  • ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି ଟଙ୍କା

ମିଶନ ଶକ୍ତି ପାଇଁ ମୋଟ ୨୦୦୦ କୋଟି ଟଙ୍କା

  • ଯେଉଁଥିରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୧୦୩୯ କୋଟି ଟଙ୍କା
  • ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ପାଇଁ ୭୭୩ କୋଟି ଟଙ୍କା
  • ମହିଳା ସ୍ବଂୟ ସହାୟକ ଗୋଷ୍ଠୀଙ୍କ ପାଇଁ ଗୃହ ନିର୍ମାଣ ବାବଦକୁ ୧୭୬ କୋଟି ଟଙ୍କା
  • ମନରେଗା ଯୋଜନା ପାଇଁ ୨୧୦୦ କୋଟି ଟଙ୍କା
  • ସହରାଞ୍ଚଳର ବିକାଶ ପାଇଁ ୫୮୫ କୋଟି ଟଙ୍କା
  • ସହରାଞ୍ଚଳ ପରିବହନ ଏବଂ OUIDF ଯୋଜନାରେ ୧୦୦ କୋଟି
  • ଜାଗା ମିଶନ ପାଇଁ ୧୦୦ କୋଟି
  • ବସୁଧା ଯୋଜନା ପାଇଁ ୫୩୯ କୋଟି ଟଙ୍କା
  • ଅମୃତ ଯୋଜନା ପାଇଁ ୬୦୧ କୋଟି ଟଙ୍କା
  • ସ୍ମାର୍ଟ ସିଟି ପାଇଁ ୨ଶହ କୋଟି
  • ଶିଳ୍ପ, MSME ଏବଂ ଷ୍ଟାର୍ଟଅପ୍‌ ପାଇଁ ୧୨୬୯ କୋଟି ଟଙ୍କା
  • କେବଳ MSME ପାଇଁ ୬୨୩ କୋଟି ଟଙ୍କା
  • ଇଲେକ୍ଟ୍ରାନିକ୍‌ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପାଇଁ ୩୦୨ କୋଟି
  • କୁକୁଡା ଚାଷ ପାଇଁ ୧୦୨ କୋଟି ଟଙ୍କା
  • ବୁଲା ଗାଇ ଗୋରୁଙ୍କ ଯତ୍ନ ନେବାକୁ ୧୫ କୋଟି
  • ସାର ଓ ବିହନ କିଣା ପାଇଁ ଋଣ ବାବଦକୁ ୨୦୦ କୋଟି