ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ବଜେଟରେ ୧୨ କୋଟିର ବ୍ୟୟ ବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ( ସୋମବାର) ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ଯୋଜନାର ଘୋଷଣା ବେଳେ ଏହି ‘ କନ୍ୟା ବିବାହ ଯୋଜନା’ ଆରମ୍ଭ କରିବା ନେଇ ବ୍ୟୟ ବରାଦ କରିଛନ୍ତି। ଏହି ନୂଆ ଯୋଜନାରେ ରାଜ୍ୟର ଗରିବ ଶ୍ରେଣୀୟ ଝିଅମାନେ ଉପକୃତ ହେବେ।
Odisha Budget 2025-26 : ବଜେଟରେ ପେନସନକୁ ନେଇ ବଡ଼ ଘୋଷଣା
କହି ରଖୁଛି କି , ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଗତ କରିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।
ଏହାସହ ସୁଭଦ୍ରା ଯୋଜନାକୁ ନେଇ ବଜେଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଯାଏ ୪ ହଜାର ୯୦୦ କୋଟି ହିତାଧିକାରୀ ପାଇ ସାରିଲେଣି । ଆଗକୁ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ କାର୍ଯ୍ୟକାରୀ ହେବ।