ପ୍ରମୁଖ ଖବର
  • ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ କଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ
  • ||
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ରାଜ୍ୟରେ ଶେଷ ପର୍ଯ୍ୟାୟ ଶେଷ ମତଦାନ, ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ସମ୍ବଲପୁର/ଅନୁଗୁଳ/ଢେଙ୍କାନାଳ୧୭/୦୫: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତ କରିବେ । ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ଦିନ ୧୧ଟା ୧୫ରେ ସମ୍ବଲପୁରର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବେ । ମଧ୍ୟାହ୍ନ ୧୨ଟା ୦୫ ସମୟରେ ନାକଟିଦେଉଳ କଲେଜ ପଡ଼ିଆରେ ଉଦ୍‌ବୋଧନ ଦେବାର ସୂଚନା ରହିଛି । ପରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଅନୁଗୁଳ ଓ ଢେଙ୍କାନାଳରେ ନିର୍ବାଚନୀ ପ୍ରଚାର ପାଇଁ ଯିବେ ମୁଖ୍ୟମନ୍ତ୍ରୀ । ଦୁଇ ପୃଥକ୍‌ ସ୍ଥାନରେ ଆୟୋଜିତ ବିଶାଳ ଜନସଭାରେ ସାମିଲ୍‌ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଅପରାହ୍ଣ ସାଢ଼େ ୧ଟା ବେଳେ ମୁଖ୍ୟମନ୍ତ୍ରୀ ଅନୁଗୁଳରେ ମଧ୍ୟାହ୍ନଭୋଜନ ଓ ବିଶ୍ରାମ ନେବେ । ଅପରାହ୍ଣ ୩ଟା ୩୫ରେ ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ସଭାରେ ଜନତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୪ଟା ୫ରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଅଭିମୁଖେ ଯିବେ । ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଢେଙ୍କାନାଳ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ ମଧ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି ।

  • PrameyaOdia
  • prameya
  • naveen patnaik
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.