ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ଏବେବି ୨୨ ଚିକିତ୍ସାଧୀନ

ପୁରୀ,୦୧/୦୫: ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ଚାପ ଖେଳ ଚାଲିଥିବା ବେଳେ ଘଟିଥିବା ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି। ମୃତକ ହେଲେ ପୁରୀ ବ୍ରହ୍ମଗିରି ଆରାଖଜୁଦା ଅଞ୍ଚଳର ସଙ୍କର ବେହେରା(୩୮)। ଅନ୍ୟଜଣେ ହେଲେ ବାରବାଟି ଖଣ୍ଡିଆବନ୍ଧା ଅଞ୍ଚଳର ହେମନ୍ତ ସାହୁଙ୍କ ୬ ବର୍ଷିୟ ଝିଅ ପ୍ରତକ୍ଷା ସାହୁ ବୋଲି ଜଣାପଡିଛି।ଏବେବି ବିଭିନ୍ନ ମେଡିକାଲରେ ୨୨ ଜଣ ଚିକିତ୍ସାଧୀନ ଅଛନ୍ତି।

ସୂଚନା ମୁତାବିକ, ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବ ୬ ଜଣ ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁଙ୍କ ଶବକୁ ପୋତା ଯାଇଛି । ଆଉ ୪ ଜଣଙ୍କ ଶବକୁ ସ୍ୱର୍ଗଦ୍ୱାରରେ ଦାହ କରାଯାଇଛି । ଖଣ୍ଡିଆବନ୍ଧ ଗାଁ ଶ୍ମଶାନରେ ସେହି ଗ୍ରାମର ଶିଶୁପୁତ୍ର ପ୍ରିୟାଂଶୁ ସ୍ୱାଇଁ (୨)ଙ୍କ ଶବକୁ ଗୁରୁବାର ପୋତା ଯାଇଥିଲା । ସେହିଦିନ ଦେବୀଘାଟର କେ.ରାଜୁ ରାଓ (୪୦) ଓ ସର୍ବୋଦୟ ନଗର ମାଟିଆପଡ଼ାର ଋଷିକେଶ କର୍ମକାର (୧୫)ଙ୍କ ଶବକୁ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇଥିଲା । ଶୁକ୍ରବାର ଖଣ୍ଡିଆବନ୍ଧର ଶିଶୁକନ୍ୟା ସମ୍ରିଦ୍ଧି ସାହୁ (୩)ଙ୍କ ଶବ ଶ୍ମଶାନରେ ପୋତାଯିବା ପରେ ହେମନ୍ତ ସାହୁ (୩୩) ଓ ସୌମ୍ୟରଞ୍ଜନ ସାହୁ (୧୨)ଙ୍କ ଶବ ଦାହ କରାଯାଇଛି । ଗାଁ ଶ୍ମଶାନରୁ ସ୍ୱର୍ଗଦ୍ୱାର ଯାଏଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.