ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସଲମାନଙ୍କୁ ଆକ୍ରମଣ କରିବାର ବଡ଼ ଷଡ଼ଯନ୍ତ୍ର ପଣ୍ଡ; ଲରେନ୍ସ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କଲା ନଭି ମୁମ୍ବାଇ ପୁଲିସ

ମୁମ୍ବାଇ,୦୧/୦୬: ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବାର ଆଉ ଏକ ଷଡଯନ୍ତ୍ର ସାମ୍ନାକୁ ଆସିଛି। ସୂଚନାଥାଉକି, ପାନ୍‌ଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଯୋଜନା କରିଥିଲା। ଏଥିପାଇଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କଠାରୁ କିଛି ସ୍ବାଇପର ଓ ଏକେ ୪୭ ବନ୍ଧୁକ ମଧ୍ୟ କିଣିବାର ଯୋଜନା ‌ଥିଲା। ନଭି ମୁମ୍ବାଇ ପୋଲିସ ଏହି ମାମଲାରେ ଏଫଆଇଆର ପଞ୍ଜୀକୃତ କରି ୪ ଜଣଙ୍କୁ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତାର କାନାଡାରେ ଥିବା ଭାଇ ଅନମୋଲ ବିଷ୍ଣୋଇ ଏବଂ ସହଯୋଗୀ ଗୋଲ୍ଡି ବ୍ରାର ସହ ପାକିସ୍ତାନର ଜଣେ ଅସ୍ତ୍ର ବିକ୍ରେତାଙ୍କ ଠାରୁ AK-47, M-16 ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ର କିଣିଥିଲେ। ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଏଗୁଡ଼ିକୁ ବ୍ୟବହାର କରିବାର ଥିଲା।

'ଣ ଥିଲା ଯୋଜନା: 

ସୂଚନା ଅନୁଯାୟୀ, ଏହି ଯୋଜନାରେ ସେମାନଙ୍କର ଉଦ୍ଦେଶ୍ୟ ଥିଲା ସଲମାନ ଖାନଙ୍କ କାରକୁ ଅଟକାଇବା କିମ୍ବା ଫାର୍ମହାଉସ ଉପରେ ଆଖିବୁଜା ଆକ୍ରମଣ କରିବା। ଏହା ମଧ୍ୟ ସତ ଯେ, ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବାରୁ ଦୁଇ ଜଣ ସୁଟର ଗିରଫ ହେବାର ଏକ ମାସ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଗଠନ କରି‌ଥିଲା। ନାଭି ମୁମ୍ବାଇ ପୋଲିସ କହିଛି ଯେ ଗୁଇନ୍ଦା ସୂତ୍ରରୁ ପୋଲିସ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରିଛି ଏବଂ ଅଭିନେତା ସଲମାନ ଖାନଙ୍କୁ ଆକ୍ରମଣ କରିବାର ଯୋଜନାର ଅନୁସନ୍ଧାନ କରୁଛି।

ପୋଲିସ ସୂତ୍ର ଅନୁଯାୟୀ, ଏହି ଷଡଯନ୍ତ୍ର କରିବା ପାଇଁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ୬୦ ରୁ ୭୦ ଅପରେଟିଭଙ୍କୁ ନିୟୋଜିତ କରିଥିଲା। ଯେଉଁଥିରେ ସମସ୍ତଙ୍କର କାମ ଅଲଗା ଅଲଗା ଭାବେ ବଣ୍ଟା ଯାଇଥିଲା। ଯୋଜନା ଥିଲା ୧୮ ବର୍ଷରୁ କମ୍ ବାଳକମାନଙ୍କୁ ସୁଟର ଭାବରେ ବ୍ୟବହାର କରିବା। ଏହି ଅପରାଧ କରିବା ପରେ ସମସ୍ତେ କନ୍ୟାକୁମାରୀ ପଳାଇବାର ଥିଲା। ତା’ପରେ ସେଠାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯିବାକୁ ପୂର୍ବରୁ ଯୋଜନା ହୋଇସାରିଥିଲା। ପାକିସ୍ତାନରେ ଥିବା ଅସ୍ତ୍ର ବିକ୍ରେତାର ନାଁ ଡୋଗର ବୋଲି କୁହାଯାଉଛି। ଅଜୟ କାଶ୍ୟପ ଡୋଗର ସହିତ ସିଧାସଳଖ ଯୋଗାଯୋଗରେ ଥିଲେ।

ତମାମ ଘଟଣାକ୍ରମ ଭିତରେ ଏବେ ମୁମ୍ବାଇ ପୁଲିସ ୪ ଜଣଙ୍କୁ ଗିରଫ କରିବା ସହିତ ଅନ୍ୟ ୧୭ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି। ଏ ଘଟଣାକୁ ନେଇ ମଧ୍ୟ ଅଧିକ ତଦନ୍ତ ଚଳାଇଛି ମୁମ୍ବାଇ ପୁଲିସ୍‌। କହିରଖୁଛୁ ଯେ, ଏପ୍ରିଲ ୧୪ ତାରିଖ ଦିନ ମୁମ୍ବାଇର ବାନ୍ଦ୍ରା ସ୍ଥିତ ସଲମାନଙ୍କ ଗାଲାକ୍ସି ଆପର୍ଟମେଣ୍ଟ ଆଗରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ ସେଥିମଧ୍ୟରୁ ଜଣେ ଅପରାଧି ଆତ୍ମହତ୍ୟା କରିଥିଲେ। ଆଜିକାର ଘଟଣା ପରେ ମୁମ୍ବାଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.