ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ଆରମ୍ଭ, ୫୭ ଆସନରେ ମୋଦିଙ୍କ ସମେତ ୯୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ନୂଆଦିଲ୍ଲୀ,୦୧/୦୬: ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଆରମ୍ଭ। ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ ଆସନରେ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।   ଉତ୍ତରପ୍ରଦେଶ,  ବିହାର, ହିମାଚଳ ପ୍ରଦେଶ, ପଞ୍ଜାବ, ଓଡ଼ିଶା,  ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ ‌ମତଦାନ । ସପ୍ତମ ପର୍ଯ୍ୟାୟ ଭୋଟ ସହ ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହେବ । ଜୁନ ୪ରେ ଭୋଟ ଗଣତି ସହ  ଫଳାଫଳ ଘୋଷଣା ହେବ । 

ଶେଷ ପର୍ଯ୍ୟାୟରେ ମୋଟ ୯୦୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮୦୯ ଜଣ  ପୁରୁଷ ଓ ୯୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଆର.କେ ସିଂହ ଓ ଅନୁରାଗ ସିଂହ  ଠାକୁର ଏହି ପର୍ଯ୍ୟାୟରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେହିଭଳି ୪ କଳାକାର  କଙ୍ଗନା ରାଣାୱତ, ରବି କିଷନ, ପୱନ ସିଂହ ଓ  କାଜଲ ନିଷାଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। 

ପୂର୍ବରୁ ୬ଟି ପର୍ଯ୍ୟାୟରେ ଲୋକସଭାର  ମୋଟ ୫୪୩ ଆସନ ମଧ୍ୟରୁ ୪୮୫ଟିରେ  ଭୋଟ ଗ୍ରହଣ ଶେଷ ହୋଇସାରିଛି । ଶନିବାର  ଅବଶିଷ୍ଟ ୫୮ଟି ଆସନରେ ଭୋଟ ଗ୍ରହଣ ହେବ । ତେବେ ଗୁଜରାଟ ସୁରଟର ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ପୂର୍ବରୁ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ  ହୋଇସାରିଛନ୍ତି । ତେଣୁ ମତଦାନ ୫୪୨ଟି  ଆସନ ପାଇଁ ହେଉଛି ।  

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.