ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥମୁନି ଫିଲ୍ମ ‘ହମାରେ ବାରାହ’କୁ ନେଇ ବିବାଦ, ୨୪ ଘଣ୍ଟାରେ ହଟିଲା ଟ୍ରେଲର୍‌

ନୂଆଦିଲ୍ଲୀ ୦୧/୦୬: ଅନ୍ନୁ କପୁର ଓ ମନୋଜ ଯୋଶୀ ଷ୍ଟାରର୍‌ ଫିଲ୍ମ ‘ହମାରେ ବାରାହ’କୁ ନେଇ ବିବାଦ ଥମୁନି । ଧର୍ମ ଆଧାରରେ ଫିଲ୍ମର କାହାଣୀ ବର୍ଣ୍ଣନା ହୋଇଛି । ଧର୍ମ ଆଳରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏଥିରେ ପ୍ରଦର୍ଶିତ ହୋଇଛି । ମହିଳାଙ୍କ ସହ ଜବରଦସ୍ତି ଓ ସନ୍ତାନ ଜନ୍ମ ଲାଗି ଚାପ ପକାଯିବା ଘଟଣା ଏଥିରେ ରହିଛି । ଗତ ଗୁରୁବାର ସନ୍ଧ୍ୟାରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା । କିନ୍ତୁ ୨୪ ଘଣ୍ଟା ପରେ ଏହାକୁ ହଟାଇ ଦିଆଯାଇଛି । ଟ୍ରେଲରରେ ଅନ୍ନୁ କପୁରଙ୍କୁ ଅତ୍ୟନ୍ତ ନିର୍ଦ୍ଦୟୀ ଚରିତ୍ର ରୂପେ ପ୍ରଦର୍ଶନ କରାଯାଇଛି । 

ଫିଲ୍ମରେ ତାଙ୍କର ୧୨ ସନ୍ତାନ ଅଛନ୍ତି । ପତ୍ନୀଙ୍କ ସହ ଜୋର ଜବରଦସ୍ତି କରି ସେ ସନ୍ତାନ ଜନ୍ମ କରାଇଛନ୍ତି । ତେବେ ପୁଣି ଥରେ ତାଙ୍କ ପତ୍ନୀ ଗର୍ଭବତୀ ହୋଇଛନ୍ତି । କିନ୍ତୁ ଏଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କର ଗର୍ଭପାତ ଜରୁରି ହୋଇଛି । କିନ୍ତୁ ଅନ୍ନୁଙ୍କ ଚରିତ୍ର ଏ ଘଟଣାକୁ ଧର୍ମ-ବିରୋଧୀ ବୋଲି ମନେ କରିଛନ୍ତି । ଏହିଠାରୁ ତାଙ୍କ ଘରର ଝିଅମାନେ ନିଜ ଅଧିକାର ପାଇଁ ଲଢ଼େଇ ଆରମ୍ଭ କରିଛନ୍ତି । ଏହି ଲଢ଼େଇରେ ପରିବାର ସହିତ ସମାଜ ଉପରେ ମଧ୍ୟ ବଡ଼ ପ୍ରଭାବ ରହିଛି । ଏହି ଟ୍ରେଲରକୁ କେବଳ ଫିଲ୍ମର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ରିଲିଜ୍‌ କରାଯାଇଥିଲା । କିନ୍ତୁ ବିବାଦ ଯୋଗୁ ତାକୁ ଡିଲିଟ୍‌ କରାଯାଇଛି । 

ତେବେ ଏହାକୁ ନେଇ ଫିଲ୍ମ ନିର୍ମାତା କିମ୍ବା କଳାକାରଙ୍କ ତରଫରୁ କୌଣସି ବୟାନ ଆସିନାହିଁ । ସୂଚନାଯୋଗ୍ୟ, ଟିଜର୍‌ ରିଲିଜ୍‌ ପରେ ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଟିଜର୍‌ରେ ଫିଲ୍ମର ଜଣେ ଚରିତ୍ର ମହିଳାଙ୍କୁ ସାଲୱାର୍‌ ଡୋରି ସହ ତୁଳନା କରୁଥିବା ନଜର ଆସିଥିଲେ । ସେ ମହିଳାଙ୍କୁ ପୁରୁଷଙ୍କ ପାଇଁ ଚାଷର ସାମଗ୍ରୀ ବୋଲି କହୁଥିଲେ । ଟିଜର୍‌ରେ ମହିଳାଙ୍କ ଯନ୍ତ୍ରଣା ପ୍ରଦର୍ଶିତ ହୋଇଥିଲା । କିନ୍ତୁ ଏଭଳି ଡାଏଲଗ୍‌ ଶୁଣି ଦର୍ଶକ କ୍ରୋଧିତ ହେଲେ, ତା’ପରେ ଫିଲ୍ମକୁ ବିରୋଧ କରାଗଲା । ଏକ ସାକ୍ଷାତକାରରେ ଅନ୍ନୁ କପୁର ବିରୋଧ ବିଷୟରେ ଆଲୋଚନା କରିଥିଲେ । ଫିଲ୍ମ ଦେଖିବା ପରେ ରାୟ ଦେବାକୁ ସେ ଦର୍ଶକଙ୍କୁ ଅନୁରୋଧ କରିଥିଲେ । ଫିଲ୍ମରେ ମାତୃତ୍ୱ ବିଷୟରେ ବର୍ଣ୍ଣନା ହୋଇଛି । ଜନସଂଖ୍ୟା ଉପରେ ଏହା ଆଲୋକପାତ କରିଛି । ଜଣେ ମହିଳା କି କି ସମସ୍ୟା ସାମ୍ନା କରେ ଏବଂ ଏକ ପରିବାର ଭିତରର କାହାଣୀକୁ ଏହା ପରଦାକୁ ଉତାରିଛି । ଫିଲ୍ମରେ ତାଙ୍କ ଚରିତ୍ରକୁ ଭିଲେନ୍‌ କୁହାଯାଇପାରେ ବୋଲି ଅନ୍ନୁ କହିଥିଲେ । ଫିଲ୍ମର ଟିଜର୍‌ ଦେଖିବା ପରେ ଲୋକେ ତାଙ୍କୁ ଓ ତାଙ୍କ ସହ କାମ କରିଥିବା ମହିଳା ଚରିତ୍ରଙ୍କୁ ଗାଳି କରିବା ସହିତ ହତ୍ୟା ଧମକ ଦେଉଛନ୍ତି ବୋଲି ଅନ୍ନୁ କହିଥିଲେ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.