କଟକ,୦୧/୦୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୪  (ଓସିଏସ୍‌) ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨ ଶହ ପଦ  ପୂରଣ ନିମନ୍ତେ ଆସନ୍ତା ଜାନୁଆରୀ ୧୦ରୁ ଆବେଦନ ପ୍ରକ୍ରିୟା  ଆରମ୍ଭ ହେବ । ଆବେଦନର ଶେଷ ତାରିଖ ଫେବ୍ରୁଆରୀ ୧୦  ତାରିଖ ଧାର୍ଯ୍ୟ ହୋଇଛି । 

ଓପିଏସ୍‌ସି ପକ୍ଷରୁ ପ୍ରତିବର୍ଷ ଓସିଏସ୍‌ ପରୀକ୍ଷା  କରାଯାଉଛି । ଏଥର ୨୦୦ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା  ଆରମ୍ଭ ହେଉଛି । ସେଥିମଧ୍ୟରୁ ୬୫ଟି ପଦ ମହିଳାଙ୍କ  ନିମନ୍ତେ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ବର୍ଗର  ପ୍ରାର୍ଥୀଙ୍କ ପାଇଁ ୫୦, ଅନୁସୂଚିତ ଜନଜାତି ବର୍ଗରେ ୪୫,  ଏସଇବିସି ୩୫ ଏବଂ ଅସଂରକ୍ଷିତ ବର୍ଗରେ ୭୦ ପଦ  ରହିଛି । ବିଜ୍ଞପ୍ତି ଅନୁସାରେ ମୋଟ୍‌ ୨୦୦ ପଦ ମଧ୍ୟରୁ ଓଡ଼ିଶା  ପ୍ରଶାସନିକ ସେବା (ଓଏଏସ୍‌)ରେ ୩୦ ପଦ, ଓଡ଼ିଶା ବିତ୍ତ  ସେବା (ଓଏଫ୍‌ଏସ୍‌)ରେ ୪୬, ଓଡ଼ିଶା ଟ୍ୟାକେ୍‌ସସନ ଓ  ଆକାଉଣ୍ଟ୍‌ ସର୍ଭିସ(ଓଟିଏସି)ରେ ୬୨, ଓଡ଼ିଶା କୋଅପରେଟିଭ୍‌  ଅଡିଟ୍‌ ସର୍ଭିସରେ ୫, ଓଡ଼ିଶା କୋଅପରେଟିଭ୍‌ ସର୍ଭିସ୍‌ରେ  ୧୪ ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆର୍‌ଏସ)ରେ ୪୩  ପଦ ପୂରଣ କରାଯିବ ।