ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦ୍ୱିତୀୟ ସପ୍ତାହରେ ନୂଆ ପିସିସି ସଭାପତି ! ଦିଲ୍ଲୀରେ ସପ୍ତଗିରି, ମୋକିମ

Published By : Prameya | February 3, 2025 9:43 AM

ଭୁବନେଶ୍ୱର,୦୩/୦୨: ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ୮ରେ ଫଳ ଘୋଷଣା । ତା’ପରେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଓଡ଼ିଶାକୁ ମିଳିବ ନୂଆ ପିସିସି ସଭାପତି । ନିର୍ବାଚନ ପରେ ଦଳର ବରିଷ୍ଠ ନେତାମାନେ ବିଚାରବିମର୍ଶ କରି  ନାଁ ଘୋଷଣା କରିବେ। ତା’ ପୂର୍ବରୁ ଦିଲ୍ଲୀରେ  ପହଞ୍ଚିଛନ୍ତି କଟକ ବାରବାଟିର ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାମିଲ ହୋଇ ଦଳ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର  କରୁଛନ୍ତି । ତେବେ ମୋକିମ ନୂଆ ପିସିସି ସଭାପତି  ହୋଇପାରନ୍ତି ବୋଲି ଦଳର କିଛି ନେତା ସୂଚନା  ଦେଉଛନ୍ତି ।   

ଦିଲ୍ଲୀ ବିଧାନସଭା ନିର୍ବାଚନରେ ସୋମବାର ରାହୁଲ ଗାନ୍ଧିଙ୍କ ପ୍ରଚାର ଥିବାରୁ ଏଥିରେ ସକ୍ରିୟ  ଭୂମିକା ଗ୍ରହଣ କରିଛନ୍ତି ଓଡ଼ିଶାର ଏକ ମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ ପିସିସି ସଭାପତି ହୋଇପାରନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସପ୍ତଗିରି ଆଗ୍ରହୀ ନଥିବା ସୂଚନା ମିଳିଛି । ତେଣୁ ଏବେ ମୋକିମଙ୍କ ସମେତ କଂଗ୍ରେସର  ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କ ନାମକୁ ନେଇ  ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ଗୋଟିଏ ଗୋଷ୍ଠୀ ମୋକିମ ପିସିସି ସଭାପତି ହେବେ ବୋଲି କହୁଥିବା  ବେଳେ ଅନ୍ୟ ଏକ ଗୋଷ୍ଠୀ ଭକ୍ତ ହେବେ ବୋଲି  କହୁଛନ୍ତି। ତେବେ ଯିଏ ବି ହେଉ ପିସିସି ସଭାପତି ଶୀଘ୍ର ଘୋଷଣା କରାଯାଉ ବୋଲି ବରିଷ୍ଠ କଂଗ୍ରେସ  ବିଧାୟକ ତାରା ବାହିନୀପତି କହିଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ତେଣୁ ଦଳର  ମୁଖିଆ ନିଯୁକ୍ତି ଶୀଘ୍ର କରାଯାଉ ବୋଲି ତାରା ଯୁକ୍ତି  ବାଢ଼ିଛନ୍ତି । ତେବେ ମୋତେ ଦାୟିତ୍ୱ ଦେଲେ ମୁଁ  ମନା କରିବିନି। କିନ୍ତୁ ନିଜଆଡ଼ୁ ଯାଇ ଅନୁରୋଧ  କରିବିନି ବୋଲି ସେ ସ୍ପଷ୍ଟ କରିଛନ୍ତି ।  

ଇତିମଧ୍ୟରେ ପିସିସି ସଭାପତି ଚୟନ ପାଇଁ  ଏଆଇସିସି ପଠାଇଥିବା ମୀନାକ୍ଷି ନଟରାଜନଙ୍କ  ସମେତ ଦୁଇ ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟ  ଦେଇ ସାରିଛନ୍ତି । ତେଣୁ କେବଳ ଦିଲ୍ଲୀ ନିର୍ବାଚନକୁ  ଅପେକ୍ଷା । ତା’ ପରେ ନୂଆ ପିସିସି ସଭାପତି  ନିଯୁକ୍ତ ହେବେ ବୋଲି କଂଗ୍ରେସର ବହୁ ନେତା ସୂଚନା ଦେଇଛନ୍ତି।

କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.