ଆଇଏସ୍ଏଲ୍ ସିଜିନ୍ ୨୦୨୨- ୨୩: ଆଜି ଗୋଆକୁ ଭେଟିବ ଓଡ଼ିଶା

ଭୁବନେଶ୍ୱର,୬/୦୨: ପ୍ରଥମ ରାଉଣ୍ଡରେ ଓଡ଼ିଶା ଏଫ୍ସି ବେଶ ଭଲ ପ୍ରଦର୍ଶନ କରି ଶ୍ରେଷ୍ଠ ୪ଟି ଦଳ ମଧ୍ୟରେ ରହି ଆସିଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାରେ ସଫଳ ହୋଇପାରି ନଥିଲା । ଫଳରେ ଦଳ ଗୋଟିଏ ପରେ ଗୋଟିଏ ସ୍ଥାନ ତଳକୁ ଖସି ଆସିଥିଲା ।
ଚଳିତ ଆଇଏସ୍ଏଲ୍ ସିଜନରେ ୧୬ଟି ମ୍ୟାଚ୍ ଖେଳି ଓଡ଼ିଶା ୨୩ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଶେଷ ଦୁଇଟି ମ୍ୟାଚ୍ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ସୋମବାର ଦଳ ଏଫ୍ସି ଗୋଆକୁ ଭେଟିବ । ଯଦି ଏଥିରେ ଓଡ଼ିଶା ବିଜୟୀ ହୁଏ, ତେବେ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଆଶା ଉଜ୍ଜୀବିତ ରହିବ । ତେଣୁ ଘରୋଇ ଗ୍ରାଉଣ୍ଡରେ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଥିବା କୋଚ୍ ଯୋଶେପ ଗୋମ୍ବାଉ ଓ ଅନିକେତ ଯାଦବ କହିଛନ୍ତି