PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ନୂଆଦିଲ୍ଲୀରେ ଉଦଘାଟନ ହେଲା  ‘ଓଡ଼ିଶା ପର୍ବ- ୨୦୨୩’, ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ  

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪/୦୩ – ଦେଶର ରାଜଧାନୀ ଦିଲ୍ଲୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ – ୨୦୨୩’ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ପର୍ବର ଆୟୋଜକ ଓଡିଆ ସମାଜକୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ମହାମାରୀ କାରଣରୁ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶା ପର୍ବ ଆୟୋଜନ ହେବା ଆନନ୍ଦର ବିଷୟ । ପୂର୍ବ ଭଳି ଏହାକୁ ଦେଖିବା ନେଇ ଲୋକ ମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଓ ଭିଡ ମଧ୍ୟ ହେଉଛି । ଓଡ଼ିଆ ସମାଜ ଏହି ପର୍ବ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ନୃତ୍ୟ, କଳା କାରିଗରୀ, ସାହିତ୍ୟ, ଗୌରବମୟ ଇତିହାସ ଓ ସ୍ଵାଧୀନତା ସଂଗ୍ରାମର ପରାକାଷ୍ଠା ଏବଂ ପାରମ୍ପରିକ ଖାଦ୍ୟକୁ ନିଆରା ଢଙ୍ଗରେ ଉପସ୍ଥାପନ କରୁଛି । ଏଠାରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର  ପଟ୍ଟଚିତ୍ରକୁ ଜାଣିବା ସହ ମୟୂରଭଞ୍ଜର ପ୍ରସିଦ୍ଧ ମୁଢିମାଂସକୁ ଖାଇ ରାଜଧାନୀବାସୀ ଆନନ୍ଦ ନେଉଛନ୍ତି । 

ଏହି ସମାରୋହରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ଯୋଗ ଦେଇଥିଲେ । ଶ୍ରୀ ପ୍ରଧାନ ଦୁଇ ମନ୍ତ୍ରୀଙ୍କୁ ଛେନାପୋଡ ଓ ରସଗୋଲା, ମୁଢି ମାଂସ ଓ ଆଳିସା ପିଠା ଖୁଆଇବା ସହ ଓଡ଼ିଶାର କଳା, ହସ୍ତତନ୍ତ, ବୟନଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଉପରେ ବୁଝାଇଥିଲେ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ଣରେ ଓଡିଶା ପର୍ବରେ ଯୋଗ ଦେଇଥିବା ଓଡ଼ିଆ ବନ୍ଧୁ, ଭାଇ ଭଉଣୀ ଓ ଯୁବସାଥୀ ମାନଙ୍କୁ ଭେଟିବା ସହ ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ସମ୍ବନ୍ଧିତ ଖବର