ନବରଙ୍ଗପୁର୧୬/୦୫: ଓଡିଶା ଫୁଟବଲ୍ ସଂଘ ଓ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ମିଳିତ ଆନୁକୁଲ୍ୟରେ ଜିଲ୍ଲାର ଫୁଟବଲ୍ ଖେଳାଳିଙ୍କ ପାଇଁ ଏକ କୋଚିଂ କ୍ୟାମ୍ପ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି କୋଚିଂ କ୍ୟାମ୍ପ ଦ୍ଵାରା ନବରଙ୍ଗପୁର ଜିଲ୍ଲାର ଫୁଟବଲ୍ ଖେଳାଳୀ ମାନେ ଉପକୃତ ହେବେ ବୋଲି କ୍ରୀଡାସଂଘର ଉପ ସଭାପତି ଏମ.ବାଲା କୃଷ୍ଣ ରାଓ କହିଛନ୍ତି। କ୍ରୀଡାବିତ୍ ଏବଂ ଖେଳ ପ୍ରେମୀଙ୍କ ପାଇଁ ଏହା ଏକ ଖୁସି ଏବଂ ଗର୍ବର ବିଷୟ ବୋଲି ବରିଷ୍ଠ ତଥା ପ୍ରାକ୍ତନ କ୍ରୀଡାବିତ୍ ମାନେ ମତବ୍ୟକ୍ତ କରିଛନ୍ତି। ଏହି କୋଚିଂ କ୍ୟାମ୍ପରେ ବରିଷ୍ଠ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଦୂର୍ଯ୍ୟ ହରିଜନ, ଫିରଜ୍ ହିଆଲ, ଲାଲୁ ହରିଜନ ଏବଂ ରଇଲା ଭତରା କୋଚ୍ ଭାବରେ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଫୁଟବଲ୍ ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେବେ ବୋଲି ସୂଚନା ପ୍ରାପ୍ତ ହୋଇଛି। ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ କ୍ୟାମ୍ପରେ ଜିଲ୍ଲାର କୋଣ ଅନୁକୋଣ ପ୍ରାୟ ୪୦ରୁ ଉର୍ଦ୍ଧ ଖେଳାଳୀ ମାନେ ଯୋଗ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଦିବା ୬ ଘଣ୍ଟା ୩୦ ମିନିଟ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଉଛି। ଉକ୍ତ ପ୍ରଶିକ୍ଷଣ ଶିବିରରେ ୮ ବର୍ଷରୁ ୧୫ ବର୍ଷର କମ୍ ଉଭୟ ବାଳକ ଓ ବାଳିକା ବର୍ଗର ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି ଏବଂ ଏହା ଏକ ମାସ ଧରି ଚାଲିବ ବୋଲି ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ଏବଂ ରମେଶ ସାମନ୍ତରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।