PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଓଡ଼ିଶା ଏବେ ପରିବର୍ତ୍ତନର ସୂତ୍ରଧର: ବିକାଶରେ ରାଜ୍ୟବାସୀ ସାମିଲ୍‌ ହୋଇଛନ୍ତି

source:www.livemint.com

ଭୁବନେଶ୍ୱର,୬ ।୨(ବ୍ୟୁରୋ): ବିକାଶରେ ଆମ ରାଜ୍ୟ ବେଶ୍‌ ଆଗକୁ ଆଗକୁ ଯାଉଛି । ଦ୍ରୁତ ବିକାଶରେ ଆମେ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିଛୁ । ସବୁଠାରୁ ବଡ଼ କଥା ହେଲା ସରକାରଙ୍କ ଏ ବିକାଶ ପ୍ରକ୍ରିୟା ଉଦ୍ୟମରେ ରାଜ୍ୟବାସୀ ସାମିଲ୍‌ ହୋଇଛନ୍ତି, ଯାହା ଆମକୁ ଉତ୍ସାହିତ କରୁଛି । ଓଡ଼ିଶା ଏବେ ପରିବର୍ତ୍ତନର ସୂତ୍ରଧର ସାଜିଛି । ଦେଶ ଆମକୁ ଆଜି ଅନୁକରଣ କରୁଛି ।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଧାନସଭାରେ ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ, ଆମେ ଅଭିବୃଦ୍ଧିରେ ଏବେ ବହୁ ଆଗରେ । ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଚାଷୀଙ୍କ ଆୟ ଦି’ଗୁଣା କରିପାରିଛି । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସର୍ବାଧିକ ଯୋଗଦାନ ଆମ ରାଜ୍ୟର ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଜନା । ଏଥିରେ ସାଢ଼େ ୩ କୋଟି ଲୋକଙ୍କୁ ସରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ, ସରକାର ଚାଷୀଙ୍କ କଲ୍ୟାଣ ପାଇଁ ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି । ଆମର ଏହି ଅଭିନବ ଯୋଜନାକୁ ସମଗ୍ର ଦେଶରେ ବେଶ୍‌ ପ୍ରଶଂସା ମିଳିଛି । ଏପରିକି କେନ୍ଦ୍ର ସରକାର ଏ ଢ଼ାଞ୍ଚାରେ ଯୋଜନା ଆଣିଛି । ତେବେ କେନ୍ଦ୍ର ଯୋଜନାରେ ଭାଗ ଚାଷୀ, ଭୂମିହୀନ ଶ୍ରମିକଙ୍କ ପାଇଁ କିଛି ସୁବିଧା ନାହିଁ । ଆମ ଯୋଜନାରେ ୯୨% ଚାଷୀ ଲାଭବାନ ହେବେ । ଆମେ ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ସେଚ ଦେବାକୁ ଲକ୍ଷ୍ୟ ନେଇଥିଲୁ । ଆସନ୍ତା ଏପ୍ରିଲ ସୁଦ୍ଧା ଆମେ ଏହି ଲକ୍ଷ୍ୟ ପୂରଣ କରିବୁ ।
ଗତ ଅକ୍ଟୋବର ମାସରୁ ଆମେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛୁ । ଏଥିରେ ୨୩ ଲକ୍ଷ ହିତାଧିକାରୀ ସାମିଲ୍‌ ହୋଇଛନ୍ତି । ଆମ ଗାଁ ଆମ ବିକାଶରେ ୩୧୪ ବ୍ଲକର ପଞ୍ଚାୟତକୁ ନୂଆ ପ୍ରକଳ୍ପ ଦିଆଯାଇଛି । ଏଥିରେ ୬୨ ହଜାର ୮୫୭ ନୂଆ ପ୍ରକଳ୍ପ ପାଇଁ ୧୫୫୪ କୋଟି ଟଙ୍କା ଦିଆଯାଇଛି । ସରକାର ନୂତନ ଭାବେ ଆରମ୍ଭ କରିଥିବା ‘ପିଠା’ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରାପ୍ୟ ସହ ସାମଗ୍ରୀ ବଣ୍ଟନ କରାଯାଉଛି । ଏହାଦ୍ୱାରା ଯୋଗ୍ୟ ହିତାଧିକାରୀ ଠିକଣା ସମୟରେ ତାଙ୍କ ହକ୍‌ ପାଉଛନ୍ତି ।
ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟର ପ୍ରଗତି ବେଶ୍‌ ଉଲ୍ଲେଖନୀୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ, ମିଶନଶକ୍ତିରେ ୩ ଲକ୍ଷ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ାଯାଇଛି । ଏଥିରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ମଧୁବାବୁ ପେନସନ ଯୋଜନାରେ ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ନିଆଯାଇଥିଲା ବେଳେ ହିତାଧିକାରୀଙ୍କ ପେନସନ ପରିମାଣରେ ମଧ୍ୟ ୨୦୦ ଟଙ୍କା ବୃଦ୍ଧି କରାଯାଇଛି ।
ମେକ ଇନ୍‌ ଓଡ଼ିଶା କନକ୍ଲେଭ ୨୦୧୮ରେ ସରକାରଙ୍କୁ ସଫଳତା ମିଳିଛି । ଦେଶର ପ୍ରମୁଖ ଶିଳ୍ପପତିମାନେ ଏଥିରେ ଅଂଶଗ୍ରହଣ କରିବା ସହ ୪.୨୦ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି । ଏଥିରେ ୫.୯୧ ଲକ୍ଷର କର୍ମସଂସ୍ଥାନ ସୃଷ୍ଟି ହୋଇପାରିବ । ଷ୍ଟାର୍ଟଅପ ପଲିସି ଆଣି ସମଗ୍ର ଦେଶରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପରିଗଣିତ ହୋଇଛି । ସିଙ୍ଗାପୁରର ଆଇଟିଇଇଏସ ସହ ଅନୁବନ୍ଧିତ ହୋଇ ସରକାର ଏକ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ଭୁବନେଶ୍ୱରରେ ପ୍ରତିଷ୍ଠା କରିବେ । ପୁରୀ ଶ୍ରୀମନ୍ଦିରର ବିକାଶକୁ ମଧ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି ।
ବିଶ୍ୱ କପ ହକିର ସଫଳ ଆୟୋଜନ କରି ଓଡ଼ିଶା ଏବେ ଦେଶର ଏକ ପ୍ରମୁଖ କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ହୋଇପାରିଛି । ଆଗକୁ ସୁଇମିଂ, ସୁଟିଂ, ଫୁଟବଲ, ହକି ଓ ବ୍ୟାଡମିିଣ୍ଟନରେ ଉତ୍କର୍ଷକେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ରହିଛି ।
ଗୃହକୁ ଅବଗତ କରାଇ ମୁଖ୍ୟମନ୍ତ୍ରୀ କହିଲେ, ସମୟ ସହ ତାଳଦେଇ ଆମ ରାଜ୍ୟ ପରିବର୍ତ୍ତନ ଆଡକୁ ମାଡ଼ି ଚାଲିଛି । ରାଜ୍ୟର ସାମଗ୍ରିକ ବିକାଶ ସହ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାରଙ୍କର ନିରନ୍ତର ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।