ଭୁବନେଶ୍ୱର,୦୭/୦୬: ୨୦୨୬ ୨୭ ବର୍ଷ ପାଇଁ ୟୁପିଏସ୍‌ସି ମାଗଣା କୋଚିଂ ପାଇଁ ଆବେଦନ ଆସନ୍ତା ୮ ତାରିଖ (ସୋମବାର)ଠୁ ଆରମ୍ଭ ହେବ । ୧୯ ତାରିଖ ଯାଏ ଆବେଦନ କରିହେବ । ୨୦ ତାରିଖରେ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ । ୨୮ରେ ପ୍ରବେଶିକା ପରୀକ୍ଷା ହେବ । ଏଥିପାଇଁ ଜୁନ୍ ୨୪ ତାରିଖରେ ସାମ୍ସ ଓ ଏଚ୍ଆଇଏମ୍ଏସ୍ ପୋର୍ଟାଲ୍‌ରେ ଆଡମିଟ୍ କାର୍ଡ ମିଳିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ସୋମବାର ଦିନ ୧୧ଟାରୁ ସାମ୍ସ ପୋର୍ଟାଲ୍‌ରେ ଆବେଦନ ପାଇଁ ୱେବ୍ସାଇଟ୍ ଖୋଲିବ । ୧୯ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଆବେଦନର ସୁଯୋଗ ରହିବ । ୨୯ ତାରିଖରେ ପ୍ରୋଭିଜ୍ନାଲ ଆନ୍ସର କି’ ସାମ୍ସ ଓ ଏଚ୍ଆଇଏମ୍ଏସ୍ ପୋର୍ଟାଲ୍ରେ ଉପଲବ୍ଧ ହେବ । ଜୁଲାଇ ୨ରୁ ୩ ତାରିଖ ମଧ୍ୟରେ ପରୀକ୍ଷାର୍ଥୀ ପ୍ରୋଭିଜ୍ନାଲ ଆନ୍ସର କି’କୁ ଚ୍ୟାଲେଞ୍ଜ କରିପାରିବେ । ଜୁଲାଇ ୮ ରେ ସଂଶୋଧିତ ଆନସର କି’ ପ୍ରକାଶ ପାଇବ । ସିଲେକ୍ସନ୍ ତାଲିକା, ଡକ୍ୟୁମେଣ୍ଟ ସଂଶୋଧନ, ପାଠପଢ଼ା କେବେଠୁ ଆରମ୍ଭ ହେବ ସେନେଇ ପରବର୍ତ୍ତୀ ଚିଠି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯିବ ।

 

ଇଛୁକ ଶିକ୍ଷାର୍ଥୀ ସାମ୍ସ ୱେବ୍ସାଇଟ୍ www.dhe.odisha.gov.in/ https://degree.samsodisha.gov.in/CSC/default.aspxରେ ଆବେଦନ କରିପାରିବେ । ଆବେଦନ ଫି ୧୦୦ ଟଙ୍କା ରଖାଯାଇଛି । ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ ପକ୍ଷରୁ ପ୍ରବେଶିକା ପରୀକ୍ଷା କରାଯିବ । ପ୍ରବେଶିକା ପରୀକ୍ଷା ୨ଟି ସେକ୍ସନରେ ହୋଇପାରେ । ସେକ୍ସନ୍-ଏରେ ଜେନେରାଲ ଷ୍ଟଡିଜ୍, ସେକ୍ସନ୍-ବିରେ ଆପ୍ଟିଚୁଡ୍ ଟେଷ୍ଟ ରହିବ । ପରୀକ୍ଷାର ସମୟ ୨ ଘଣ୍ଟା ରହିବ । ସେକ୍ସନ୍ ବି ପରୀକ୍ଷାରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ରଖିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ ;-  CBI Raid : ସିବିଆଇ ଚଢ଼ଉରୁ ଖୋଲିଲା କଳାଚିଠା, ଆରପିଏଫ୍ ଇନ୍ସପେକ୍ଟର ସସ୍ପେଣ୍ଡ, ଦଲାଲ ଗିରଫ

ୟୁପିଏସ୍‌ପି ପାଠ୍ୟକ୍ରମ ଅନୁଯାୟୀ ପରୀକ୍ଷାରେ ପ୍ରଶ୍ନ ଆସିପାରେ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ୨୦୦ ଶିକ୍ଷାର୍ଥୀଙ୍କୁ ମାଗଣାରେ ୟୁପିଏସ୍ସି କୋଚିଂ ଦିଆଯିବ । ଏଥିରୁ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ । ୨୧ରୁ ୩୦ ବର୍ଷ ମଧ୍ୟରେ ପିଲାମାନେ ଏହି କୋଚିଂ ପାଇଁ ଆବେଦନ କରିପାରିବେ । ୧୧ ମାସ ପାଇଁ କୋଚିଂ ଦିଆଯିବ । ଆବାସିକ କୋଚିଂ ଦିଆଯିବ । ରହିବା, ଖାଇବାର ସୁବିଧା ମଧ୍ୟ କରିବେ ସରକାର ।