PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ଔଷଧ ଶିଳ୍ପ ସ୍ଥିତି ଦୟନୀୟ: ଡାକ୍ତର ଲେଖୁନାହାନ୍ତି ଓଡ଼ିଶାରେ ପ୍ରସ୍ତୁତ ଔଷଧର ନାଁ, ବିପୁଳ ଟଙ୍କା ଶୋଷି ନେଉଛନ୍ତି ବାହାର ରାଜ୍ୟର ଶିଳ୍ପପତି

ଭୁବନେଶ୍ୱର,୨୩/୦୫: ଭାରତରେ ବର୍ଷକୁ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ଔଷଧ ବିକ୍ରି ହେଉଛି । ଓଡ଼ିଶାରେ ପାଖାପାଖି ୫,୬୦୦ କୋଟି ଟଙ୍କା କାରବାର ରହିଛିି । ଓଡ଼ିଶାରୁ ବାହାର ରାଜ୍ୟର ଔଷଧ ଶିଳ୍ପ ବିପୁଳ ପରିମାଣ ଟଙ୍କା ନେଉଛନ୍ତି । ରାଜ୍ୟରେ ଔଷଧ ଶିଳ୍ପ ସଂଖ୍ୟା ଅତି ନଗଣ୍ୟ ରହିଛି । ଯେଉଁ କେତେକ ଅଛନ୍ତି, କେବଳ ନାଁ’କୁ ମାତ୍ର ଚାଲିଛି । ଏଠାରେ ଶିଳ୍ପ ପାଇଁ ଭିତ୍ତିଭୂମି ଓ ପ୍ରୋତ୍ସାହନ ଅଭାବ । ଏହାର ଫାଇଦା ବାହାର ରାଜ୍ୟର ଶିଳ୍ପପତି ନେଉଛନ୍ତି । ଏଠାକାର ଶିଳ୍ପପତି ନିରୁପାୟ ହୋଇ ଜଳକା ଭଳି ଚାହିଁ ରହିଛନ୍ତି । ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ଔଷଧ ବର୍ଷକୁ ୭୦ରୁ ୮୦ କୋଟି ଭିତରେ କାରବାର ହେଉଛି । ଏପେଟ ଔଷଧ ଶିଳ୍ପ ସ୍ଥାପନ ଓ ଲାଭବାନ କରିବା କ୍ଷେତ୍ରରେ ରାଜ୍ୟ ସରକାର ଆନ୍ତରିକତା ଦେଖାଉନାହାନ୍ତି । ଏହାଛଡ଼ା ଓଡ଼ିଶାରେ ପ୍ରସ୍ତୁତ ଔଷଧକୁ ଡାକ୍ତର ମଧ୍ୟ ଲେଖୁନାହାନ୍ତି । ଯାହାଫଳରେ ରାଜ୍ୟରେ ଫାର୍ମାସ୍ୟୁଟିକାଲ କମ୍ପାନି ସ୍ଥିତି ଦୟନୀୟ ରହିଛି ।

ୟୁପିଏମ୍‌ଏ ପୂର୍ବତନ ସଭାପତି ମିହିର କାନୁନ୍‌ଗୋ କହିଛନ୍ତି, ରାଜ୍ୟରେ ୨୦୦୬ ମସିହା ପୂର୍ବରୁ ଶହେରୁ ଅଧିକ ଫାର୍ମାସ୍ୟୁଟିକାଲ ୟୁନିଟ୍‌ ଥିଲା। ଏଥିରେ ଜୀବନ ରକ୍ଷାକାରୀ ଔଷଧ, ଓଆରଏସ୍‌, ସାଲାଇନ୍‌, ସିରିଞ୍ଜ ଓ ଗଜ୍‌ କନା ଭଳି ଉତ୍ପାଦ ପ୍ରସ୍ତୁତ ହେଉଥିଲା । ହେଲେ କେନ୍ଦ୍ର ସରକାର ୨୦୦୬ ମସିହା ପରେ ନୂଆ ଗୁଡ୍‌ ମାନ୍ୟୁଫାକଚରିଂ ପ୍ରାକ୍ଟିସ୍‌ (ଜିଏମ୍‌ପି ଷ୍ଟାଣ୍ଡାର୍ଡ) ରୁଲ୍‌ ଲାଗୁ କଲେ । ରୁଲରେ ନୂଆ ଢ଼ାଞ୍ଚାରେ ବିଲ୍ଡିଂ ନିର୍ମାଣ, ଜିଏମ୍‌ପି ସାର୍ଟିଫାଏଡ୍‌ ମେସିନ୍‌ କିଣା ଓ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ଟେକ୍ନୋଲୋଜିକୁ ମାନିବା ବାଧ୍ୟତାମୂଳକ ଥିଲା । ଯଦି ଶିଳ୍ପପତିମାନେ ରୁଲ ପାଳନ କରିବେ, ସେମାନଙ୍କୁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହା ଶିଳ୍ପପତିଙ୍କ ପାଇଁ ମହାଙ୍ଗା ପଡ଼ିଲା ।

ସେଥିପାଇଁ ୭୦ରୁ ଅଧିକ ଫାର୍ମାସ୍ୟୁଟିକାଲ ୟୁନିଟ୍‌ ବନ୍ଦ ହେଲା । ଏବେ ପ୍ରାୟ ୫୦ ପାଖାପାଖି ଫାର୍ମାସ୍ୟୁଟିକାଲ ୟୁନିଟ୍‌ ଅଛି । ଏବେ ପୁଣି ‘ଡବ୍ଲ୍ୟୁଏଚ୍‌ଓ ଜିଏମ୍‌ପି’ ନାମରେ ନୂଆ ରୁଲ ଆସିଛି । ଏହି ରୁଲ ପାଳନ ପାଇଁ ଶିଳ୍ପପତି ଚେଷ୍ଟା ଜାରି ରଖିଛନ୍ତି । ଯଦି ସରକାର ରିହାତି ଦରରେ ଋଣ ଯୋଗାଇବେ, ଚାଲୁ ରହିଥିବା ୟୁନିଟ୍‌ଗୁଡ଼ିକ ବନ୍ଦ ହେବାରୁ ବର୍ତ୍ତି ଯିବ । ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର । ସରକାର ନୂଆ ପଲିସିରେ କମ୍‌ ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା କରନ୍ତୁ । ଏହାଛଡ଼ା ଓଡ଼ିଶାର କମ୍ପାନିକୁ ଟେଣ୍ଡର ପ୍ରକ୍ରିୟାରେ ସାମିଲ ପାଇଁ ସେ ଦାବି କରିଛନ୍ତି।