ଓଡ଼ିଶା ଖଣି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୧୦୦ କୋଟି ପ୍ରଦାନ

ଭୁବନେଶ୍ୱର, ୩୧।୩: ଓଡ଼ିଶା ଖଣି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଫାଣ୍ଡିକୁ ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ରାଜ୍ୟର ହରିଶ୍ଚନ୍ଦ୍ର ସହାୟତା ଏବଂ ମହାପ୍ରୟାଣ ଏହି ଦୁଇ ଶ୍ରେଷ୍ଠ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ଇସ୍ପାତ୍ ତଥା ଖଣିଜ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚେୟାରମ୍ୟାନ୍ ଓଏମସି ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ଉପସ୍ଥିତିରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଚେକ୍ ପ୍ରଦାନ କରିଛନ୍ତି । ଏ ଅବସରରେ ଭିକେ ପାଣ୍ଡିଆନ୍, ସିଏମ୍-ଟ୍ରାନ୍ସଫର୍ମେସନ୍ ଇନିସିଏଟିଭ୍ ସଚିବ ମଧ୍ୟ ଉପସ୍ଥିତ ଥିଲେ ।