ଭୁବନେଶ୍ବର, ୩।୧୨ : ଓଡ଼ିଶାର ଆର୍ଥିକ ହିତକୁ ବଜାୟ ରଖାଯିବା ସହ ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବ ପରି ୩ଟି ରେଳ ମଣ୍ଡଳ ରହିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ନୂଆଦିଲ୍ଲୀରର ଓଡ଼ିଶାର ଲୋକସଭା ସାଂସଦ ମାନଙ୍କ ସହିତ ଆଲୋଚନା ପରେ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ରେଳ ବିକାଶ ପ୍ରସଙ୍ଗରର ସାଂସଦମାନଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଥିଲା। ବର୍ତ୍ତମାନ ପୂର୍ବତଟ ଏବଂ ଦକ୍ଷିଣ ତଟ ରେଳ ଜୋନ୍ ପୁନର୍ଗଠନ ହେଉଥିବାରୁ ରେଳ ଓଡ଼ିଶାର ଆର୍ଥିକ ସ୍ୱାର୍ଥରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଓଡ଼ିଶାରର ରେଳ ବିକାଶ ପାଇଁ ୭୩,୭୨୩ କୋଟିରୁ ଅଧିକ ଟଙ୍କା ମଞ୍ଜରୁ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଳ ମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜରୁ କରାଯାଇଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି।
କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ଓଡ଼ିଶାର ପ୍ରକଳ୍ପ ଗୁଡିକୁ ମଞ୍ଜରୁ କରିଛନ୍ତି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବ ପରି ତିନିଟି ରେଳ ମଣ୍ଡଳ ରହିବ। ଅମୃତ ରେସନ ଯୋଜନାର ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି। ୧୯,୨୮୯ କୋଟି ଟଙ୍କାର ୮ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।
ଏହସିବୁ ପ୍ରକଳ୍ପ ଗୁଡିକ ହେଲା
୧.ଗୁଣପୁର- ଥେରୁବାଲି ନୂତନ ରେଳ ଲାଇନ
୨. ଜୁନାଗଡ ରୋଡ -ନବରଙ୍ଗପୁର ନୂତନ ରେଳ ଲାଇନ
୩. ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ
୪. ବାଦାମପାହାଡ଼- କେନ୍ଦୁଝରଗଡ ନୂତନ ରେଳ ଲାଇନ
୫. ବାଙ୍ଗିରିରପାଷି- ଗୋରୁମହଷିାଣୀ ନୂତନ ରେଳ ଲାଇନ
୬. ବୁଡ଼ାମରା-ଚାକୁଳଆ ନୂତନ ରରଳ ଲାଇନ
୭. ସରଡେଙ୍ଗା-ଭାଲୁମୁଡା ନୂତନ ଦୋହରୀକରଣ ରରଳ ଲାଇନ
୮. ବରଗଡ ରୋଡ -ନୂଆପଡା ରୋଡ ନୂତନ ରେଳ ଲାଇନ
ଏହା ବ୍ୟତିତ କଳାହାଣ୍ଡିଠାରୁ ଆରମ୍ଭ କରି ମାଲକାଗିରି କୋରାପୁଟ ପର୍ଯ୍ୟନ୍ତ ରେଳ ସଂଯୋଗ ପ୍ରକଳ୍ପ ମଞ୍ଜରୁ କରାଯାଇଛି। ବାରକୋଟ-ଝାରସୁଗୁଡା ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଇଥିବା ରେଳ ମନ୍ତ୍ରୀ ସୂଚନା ଦେଇଥିଲେ।
ଏହି ଅବସରରର ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ଇତିହାସରେ ଯାହା କେବେ ହୋଇନଥିଲା ,ବିଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ସମ୍ଭାବନାକୁ ଓଡ଼ିଶା ପାଇଁ ତିଆରି କରିଥିବାରୁ ରାଜ୍ୟବାସୀଙ୍କ ତରଫରୁ ତାଙ୍କୁ ଅଶେଷ କୃତଜ୍ଞତା। ଗତ ଦଶନ୍ଧିରର ପାଖାପାଖି ୭୫ ହଜାର କୋଟି ଟଙ୍କାର ରେଳ ବଜେଟ ବ୍ୟବସ୍ଥା କରାଯାଇଛି। ଏବେ ରାୟଗଡାରେ ଏକ ନୂଆ ଡିଭିଜନ ରହବ । ୱାଲଟିୟର ଡଭିଜନରୁ ଓଡ଼ିଶା ଅଞ୍ଚଳକୁ ବାଦ ଦେଇ ଗୋଟିଏ ନୂଆ ଡିଭିଜନ ହେବ। ଏହା ଓଡ଼ିଶାର ରେଳ ଭିତ୍ତିଭୂମି କ୍ଷେତ୍ରରେ ଗୋଟିଏ ବଡ଼ ଉପଲବ୍ଧି। ରାଜ୍ୟର ଆର୍ଥିକ ହିତ ମଧ୍ୟ ବଜାୟ ରହିବ ବୋଲି ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଅବସରରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ,ଯାଜପୁର ସାଂସଦ ରବୀନ୍ଦ୍ର କୁମାର ରବରହରା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଆସିକାସାଂସଦ ଅନୀତା ଶୁଭଦଶିନୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।