ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଖଣ୍ଡପଡ଼ା: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ସଂଜ୍ଞାହୀନ ହେବା ଘଟଣା, ନିଲମ୍ବିତ ହେଲେ ସହକାରୀ ଶିକ୍ଷକ
  • ||
  • ସମ୍ବଲପୁର: କ୍ରିକେଟ ଖେଳିବା ବେଳେ ଅଘଟଣ, ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡା ଉଠା ମହାସ୍ନାନ, ଗର୍ଭଗୃହରେ ସୁଆର ବଡୁ ସେବକଙ୍କ ଗୋଡ ଖସି ଯାଇ ରକ୍ତ ପଡ଼ିବାରୁ ମହାସ୍ନାନ
  • ||
  • ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ କରିଥିବା ଅଭିଯୁକ୍ତ ଗିରଫ, ଜମି ପାଇଁ ନେଇଥିଲେ ୨୫ ଲକ୍ଷ ଟଙ୍କା
  • ||
  • ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ, ପୁଲିସ ଛାନ୍‌ଭିନ୍।
  • ||
  • ସୁନ୍ଦରଗଡ଼: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦିଆଯିବ ଗୁରୁତ୍ୱ; ପାଳନ ହେବ ବିପର୍ଯ୍ୟୟ ପରିଚାଳନା ମାର୍ଗଦର୍ଶିକା

Published By : Anindita Ratha | July 29, 2025 10:33 AM

ଭୁବନେଶ୍ୱର,୨୯/୦୭:  ସ୍କୁଲର ସୁରକ୍ଷା ଯାଞ୍ଚ ବାଧ୍ୟତାମୂଳକ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦିଆଯିବ  ଗୁରୁତ୍ୱ । ସେହିପରି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯିବା ସହ  କୌଣସି ଜରୁରୀକାଳୀନ ପରିସ୍ଥିତି ମୁକାବିଲା କରିବାକୁ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ । ସ୍କୁଲ କୋଠାର ଗଠନାତ୍ମକ ଦୃଢ଼ତାଠୁ ଆରମ୍ଭ କରି ବିଦ୍ୟୁତ୍‌ ଉପକରଣର ନିରାପତ୍ତା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ଯାଞ୍ଚ କରାଯିବ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

ତେବେ ନିକଟରେ ରାଜସ୍ଥାନର ଏକ ସରକାରୀ ସ୍କୁଲର କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଥିଲେ। ଆଉ ଏହି ଘଟଣା ପରଠୁ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଅ। ନିୟମିତ ବ୍ୟବଧାନରେ ସ୍କୁଲର ସୁରକ୍ଷା ଯାଞ୍ଚ କର । ଜାତୀୟ ସୁରକ୍ଷା କୋଡ୍‌ ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ନିୟମ ମାନୁଛନ୍ତି କି ନାହିଁ ଯାଞ୍ଚ ହେବ । ବିପର୍ଯ୍ୟୟ ପରିଚାଳନା ମାର୍ଗଦର୍ଶିକା କଡ଼ାକଡ଼ି ପାଳନ ହେବ ।   ମନ୍ତ୍ରଣାଳୟ ୫ଟି ପ୍ରସ୍ତାବ ମଧ୍ୟ ଦେଇଛି । ଏଥିରେ ରହିଛି ପ୍ରତିରୋଧକ ସୁରକ୍ଷା ବ୍ୟବସ୍ଥା ଅନୁପାଳନ । ଏଥିରେ ପିଲା, ଅଭିଭାବକ ଓ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନର ସୁରକ୍ଷା ଯାଞ୍ଚ କରାଯିବ । ଏଥିସହ ଅଗ୍ନି ନିରାପତ୍ତା, ଜରୁରିକାଳୀନ ପ୍ରସ୍ଥାନ, ବିଦ୍ୟୁତ ୱାରିଂ ଯାଞ୍ଚ କରାଯିବ । ସେହିପରି ଜନସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି । 

ମକ୍‌ଡ୍ରିଲ୍‌, ପ୍ରାଥମିକ ଚିକିତ୍ସା, ସୁରକ୍ଷା ପ୍ରୋଟୋକଲ ନେଇ ତାଲିମ ଦିଆଯିବ । ସ୍ଥାନୀୟ ଅଗ୍ନିଶମ ବାହାନୀ, ଏନ୍‌ଡିଏମ୍‌ଏ, ପୁଲିସ, ମେଡିକାଲ ଏଜେନ୍ସି ସହାୟତାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ସାଇକୋସୋସିଆଲ୍‌ ୱେଲ୍‌ବିଙ୍ଗ୍‌ କୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏଥିରେ ମାନସିକ ସ୍ୱାସ୍ଥ୍ୟ, ଶାରିରୀକ ସୁରକ୍ଷା, ମାନସିକ ସୁସ୍ଥତାକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ କାଉନ୍‌ସେଲିଂ କରାଯିବ । ରିପୋର୍ଟିଂ ମେକାନିଜିମ୍‌କୁ ତ୍ୱରାନ୍ୱିତ କରାଯିବ । ଯଦି କୌଣସି ବିପର୍ଯ୍ୟୟରେ ପିଲାଙ୍କ କ୍ଷତି ହୋଇଥାଏ ତେବେ ତାର ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ସରକାରଙ୍କୁ କର୍ତ୍ତୃପକ୍ଷ ପ୍ରଦାନ କରିବେ । ଅଭିଭାବକ, ପିତାମାତା, କମ୍ପ୍ୟୁନିଟି ନେତୃତ୍ୱ ଓ ସ୍ଥାନୀୟ ଲୋକଙ୍କୁ ନେଇ ସଚେତନ କରାଯିବ । ଏହି ନିୟମ ସମସ୍ତ ସରକାରୀ, ଘରୋଇ ସ୍କୁଲ ମାନିବା ବାଧ୍ୟତାମୂଳକ । ନଚେତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.