‘ଓଡ଼ିଶା ପରବ’ରେ ଯୋଗଦେବାକୁ ଦିଲ୍ଲୀ ଯିବେ ନକୁଳ ଭୁଜା ଠେଲା, ରବି ଟି’ ଷ୍ଟଲ, ୩ ବର୍ଷ ପରେ ମିଳିଲା ଡାକରା

ବଲାଙ୍ଗିର,୨୦/୦୩: ଆସନ୍ତା ୨୪ରୁ ୨୬ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ଦିଲ୍ଲୀ ଓଡିଆ ସମାଜ ପକ୍ଷରୁ ‘ଓଡିଶା ପରବ- ୨୦୨୩’ ଆୟୋଜନ କରାଯାଇଛି । ଉକ୍ତ ତିନିଦିବସୀୟ କାର୍ଯ୍ୟକ୍ରମରେ ବଲାଙ୍ଗିରର ଜଣାଶୁଣା ନକୁଳ ଚନ୍ଦ୍ର ପଟ୍ଟନାୟକଙ୍କ ମସଲା ଭୁଜା (ମୁଢି)ଠେଲା ଏବଂ ସୋମନାଥ ସାହୁଙ୍କ ରବି ଟି’ ଷ୍ଟଲକୁ ନିମନ୍ତ୍ରଣ କରାଯାଇଛି । ନକୁଳ ଓ ସୋମନାଥ ଉଭୟେ ସେଠାରେ ନିଜନିଜ ଖାଦ୍ୟପେୟର ସ୍ୱାତନ୍ତ୍ର ଦେଖାଇବେ ।
ଉଭୟେ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଅନ୍ୟାନ୍ୟ ଜାତୀୟସ୍ତରର କାର୍ଯ୍ୟକ୍ରମରେ ନିଜର ଖାଦ୍ୟପେୟ ପରଷି ସମସ୍ତଙ୍କୁ ଆକର୍ଷିତ କରିସାରିଛନ୍ତି । ତେବେ କରୋନା କଟକଣା ହଟିବାପରେ ପୁଣିଥରେ ଦିଲ୍ଲୀକୁ ଯିବା ପାଇଁ ନିମନ୍ତ୍ରଣ ପାଇଥିବାରୁ ଉଭୟଙ୍କୁ ବଲାଙ୍ଗିରରୁ ଶୁଭେଚ୍ଛା ସହ ଦିଲ୍ଲୀରୁ ନିମନ୍ତ୍ରଣର ସୁଅ ଛୁଟୁଛି ।