ଭୁବନେଶ୍ୱର,୨୭/୦୬: ଚେନ୍ନାଇରେ ଚାଲିଥିବା ହକି ଇଣ୍ଡିଆ ମାଷ୍ଟର୍ସ କପ୍‌ରେ ଓଡ଼ିଶା  ମହିଳା ଦଳ ଫାଇନାଲରେ ପ୍ରବେଶ କରିଛି । ସେମି ଫାଇନାଲରେ ଦଳ ୪-୧ ଗୋଲରେ ତାମିଲନାଡୁକୁ  ପରାସ୍ତ କରିଥିଲା । ଲୁସେଲା ଲାକ୍ରା (୨, ୨୬ ମିନିଟ)  ଡବଲ ଗୋଲ୍‌ ଦେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା  ଗ୍ରହଣ କରିଥିଲେ । ସେହିପରି  ୯ ମିନିଟରେ ସରିତା ରୋଶନ ମିଞ୍ଜ ଓ ୩୦ ମିନିଟରେ  ଅସୀମା ମିଞ୍ଜ ଆଉ ୨ଟି ଗୋଲ୍‌ ଦେଇଥିଲେ । ଆଜି ଦଳ ଫାଇନାଲ ମ୍ୟାଚ୍‌ରେ ପଞ୍ଜାବକୁ ଭେଟିବ ।  

ଓଡ଼ିଶା ପୁରୁଷ ଦଳ ଗତ କାଲି ସେମିରେ  ମହାରାଷ୍ଟ୍ର ଠାରୁ ୧-୪ ଗୋଲରେ ପରାଜିତ ହୋଇଥିଲା ।  ପରାଜୟ ସହ ଓଡ଼ିଶା ଦଳର ଫାଇନାଲ ସ୍ୱପ୍ନ ଧୂଳିସାତ  ହୋଇଥିଲା । ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ଖେଳିବେ ।